Advertisment

ମେଡ଼ିକାଲ୍‌ ପାଇଖାନାରେ ପଡ଼ିଥିଲା ଶିଶୁକନ୍ୟାର ମୃତଦେହ

ଆଜି ସକାଳେ ସକାଳୁ ମେଡ଼ିକାଲ୍‌ ଅନ୍ତବିଭାଗ ଲାଟିନ୍‌କୁ ଜଣେ କର୍ମଚାରୀ ଯାଇଥିଲେ। ସେହି ସମୟରେ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କର୍ମଚାରୀ ଜଣକ ଡାକ୍ତରଙ୍କୁ ସୂଚନା ଦେଇଥିଲେ।

Child

Child

Advertisment

ମେଡ଼ିକାଲ୍‌ ପାଇଖାନାରେ ପଡ଼ିଥିଲା ଶିଶୁକନ୍ୟାର ମୃତଦେହ। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ମୃତ ଶିଶୁ କନ୍ୟା କାହାର, ଜଣାପଡ଼ି ନାହିଁ।

Advertisment

ଆଜି ସକାଳେ ସକାଳୁ ମେଡ଼ିକାଲ୍‌ ଅନ୍ତବିଭାଗ ଲାଟିନ୍‌କୁ ଜଣେ କର୍ମଚାରୀ ଯାଇଥିଲେ। ସେହି ସମୟରେ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କର୍ମଚାରୀ ଜଣକ ଡାକ୍ତରଙ୍କୁ ସୂଚନା ଦେଇଥିଲେ। ମେଡ଼ିକାଲ୍‌ ପକ୍ଷରୁ ଏନେଇ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ମେଡ଼ିକାଲ୍‌ରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସେପଟେ ରାତିରେ ମେଡ଼ିକାଲ୍‌କୁ କୌଣସି ପ୍ରସୂତି ଆସିନଥିବା ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ମୃତ ଶିଶୁ କନ୍ୟା କାହାର? କିଏ କାହିଁକି ଓ କେମିତି ଲାଟିନ ପାଖରେ ମୃତଦେହ ପକାଇଲା? ସବୁଠୁ ବଡ଼ କଥା ହେଉଛି ଇନଡୋରରେ ରାତିରେ ୩/୪ ଜଣ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଡିୟୁଟିରେ ଥିବା ବେଳେ କେମିତି ଆଉ କିଏ ଆସି ଲାଟିନ୍‌ ଭିତରେ ଶିଶୁ କନ୍ୟାର ମୃତଦେହ ରଖି ପଳାଇଲା?

Advertisment

ରିପୋର୍ଟ-ଆଳିରୁ ବନମାଳୀ ସାହୁ

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe