Advertisment

ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି

ଅଜଣା ମହିଳା ଶିଶୁକୁ ଧରି ଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଛି କଏଦ। ଫୁଟେଜ୍ ଆଧାରରେ ମହିଳାଙ୍କୁ ଖୋଜୁଛି ପୁଲିସ।

CCTV footage (Screenshot)

CCTV footage (Screenshot)

Advertisment

ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଭୀମସାର)ରୁ ନବଜାତ ଶିଶୁପୁତ୍ର ଚୋରି ନେଇ ଅଭିଯୋଗ କରିଛନ୍ତି ଛତିଶଗଡ଼ର ଦମ୍ପତି। ପରିବାରର ଅଭିଯୋଗ ଅନୁସାରେ ମେଡିକାଲରେ ଜଣେ ଅଜଣା ମହିଳା ସେମାନଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ସେ ନବଜାତକୁ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସିସିଟିଭି ଫୁଟେଜ୍ ଆଧାରରେ ମହିଳାଙ୍କୁ ଖୋଜୁଛି ପୁଲିସ।

Advertisment

ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବସନ ଥାନା ଅଞ୍ଚଳର ମୋହନ ଦାସଙ୍କ ପତ୍ନୀ ଗୀତା ଦାସ ଗତ ୨୪ ତାରିଖ ଦିନ ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ଗତକାଲି ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେ ମେଡିକାଲରେ ଭର୍ତ୍ତି ହେବା ପରଠାରୁ ଜଣେ ଅଜ୍ଞାତ ମହିଳା ଆସି ସେମାନଙ୍କ ସହ ସମ୍ପର୍କ ଯୋଡ଼ିଥିଲେ ବୋଲି ପ୍ରସୂତି ମହିଳାଙ୍କ ସ୍ୱାମୀ ଅଭିଯୋଗରେ କହିଛନ୍ତି। ତେବେ ଆଜି ଅପରାହ୍ନରେ ଦମ୍ପତି ନିଜ ଛୁଆକୁ ଦେଖିବାକୁ ପାଇନଥିଲେ। ଛୁଆର ମାଆଙ୍କୁ ପଚାରିବାରୁ ଅଜ୍ଞାତ ମହିଳା ଜଣକ ତାକୁ ଧରିଥିଲେ ବୋଲି ସେ କହିଥିଲେ।

ହେଲେ ବହୁ ଖୋଜାଖୋଜି ପରେ ମଧ୍ୟ ଅଜ୍ଞାତ ମହିଳାଙ୍କର କୌଣସି ପତ୍ତା ମିଳୁନାହିଁ। ଏନେଇ ପୁଲିସ ନିକଟରେ ଲିଖିତ ଅଭିଯୋଗ ପରେ ବୁର୍ଲା ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ପୁଲିସ ଅଧିକାରୀ। ମେଡିକାଲରେ ଲାଗିଥିବା ସିସିଟିଭି ଫୁଟେଜ ଯାଂଚ୍ କରିବାରୁ ସେଥିରେ ମହିଳା ଜଣକ ଶିଶୁଟିକୁ ନେଇ ମେଡିକାଲରୁ ବାହାରକୁ ଯାଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରି ଗାଡ଼ି ଗୁଡ଼ିକୁ ଯାଂଚ୍ କରୁଛି ପୁଲିସ। ତେବେ ମାଳ ମାଳ ବେସରକାରୀ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ସତ୍ତ୍ୱେ କିପରି ଜଣେ ଅଜଣା ମହିଳା ନବଜାତ ଶିଶୁକୁ ଚୋରି କରି ସୁରକ୍ଷିତ ଭାବେ ଖସିଗଲେ, ସେନେଇ ଉଠିଛି ପ୍ରଶ୍ନ।

Advertisment
VIMSAR Burla VIMSAR New Born Child Stolen New Born Child Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe