Advertisment

ଯୁବକଙ୍କ ନୂଆ ଫଣ୍ଡା; ଶାର୍ଟ ତଳୁ ବାହାରିଲା ୮ କେଜି ଗଞ୍ଜେଇ

ପୂର୍ବରୁ କଦଳୀ ବୋଝେଇ ଗାଡ଼ି, ଟ୍ୟାଙ୍କରରେ, ଗାଡ଼ିର ସିକ୍ରେଟ ଚାମ୍ବର, ପାଣି ଟାଙ୍କି, ଲୁଣ ବସ୍ତା ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ। ହେଲେ ଏବେ ଆଉ କିଛି ପାଦ ଆଗେଇ ଯାଇଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ।

ଅଦ୍ୟତନ ହୋଇଛି
Ganga Smuggling

Ganga Smuggling

Advertisment

ଆଇଡିଆ ଏପରି ଯାହା ଆଗରେ ପୁଷ୍ପାରାଜର ଚାଲାକି ବି ଫେଲ୍‌ ମାରିଯିବ । ପୁଲିସ୍‌ ବି ଏହା ଦେଖି ତାଜୁବ । ଗଞ୍ଜେଇ ଚାଲାଣର ଏପରି ନୂଆ ତରିକା ଦେଖି ସମସ୍ତେ ତଟକା। କୌଣସି ଗାଡ଼ି, ଘୋଡ଼ା, କି ବସ୍ତାରେ ନୁହେଁ, ନିଜ ଶାର୍ଟ ତଳେ ଚାଲାଣକାରୀ ଲୁଚାଇଥିଲେ ୮ କେଜି ଗଞ୍ଜେଇ। 

Advertisment

ପୁଲିସ୍‌ ଆଖିରୁ ବର୍ତ୍ତିବା ପାଇଁ ଚାଲାଣକାରୀ ବାହାର କରିଛନ୍ତି ନୂଆ ଫଣ୍ଡା।  ଗଞ୍ଜେଇ ଯେପରି କିଛି ବି ନ ବାହାରେ ସେଥିପାଇଁ ଦେହ ସହ ତାହାକୁ ସେଲୋଟେପ୍‌ରେ ଗୁଡ଼ା ହୋଇଛି। ଆଉ ତା’ ଉପରେ ରହିଛି ଶୀତବସ୍ତ୍ର । ଏପରି ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ମାଡ଼ି ବସିଛି କୋରାପୁଟ ପାଡୁଆ ଥାନା ପୁଲିସ ।

ଗିରଫ ଯୁବକଜଣକ ହେଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ପୁଲନ ଖାଁ । ନିଜ ଦେହରେ ୮ କିଲୋ ଗଞ୍ଜେଇ ପ୍ଲାଷ୍ଟିକ ରାପ୍ (ସେଲୋ ଟେପ୍) ଗୁଡେ଼ଇ ଥିବା ବେଳେ ବ୍ୟାଗରେ ୨୦କିଲୋ ଗଞ୍ଜେଇ ଧରି ଚାଲାଣ କରୁଥିଲେ। ଯୁବକଜଣକ ଆନ୍ଧ୍ରରୁ ଏହି ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ। 

Advertisment

ଏନେଇ ପୂର୍ବରୁ ସୂଚନା ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଉକ୍ତ ଟିମ୍‌ ଦଳେଇପୁଟ ଗ୍ରାମ ନିକଟରେ ଚଢଉ କରି ପୁଲନ ଖାଁଙ୍କୁ ଅଟକ ରଖି ତାଙ୍କୁ ଯାଞ୍ଚ କରିଥିଲା। ଏହାପରେ ତାଙ୍କ ଶାର୍ଟ ତଳୁ ବାହାରିଥିଲା ୮ କେଜି ଗଞ୍ଜେଇ ।

 ପ୍ରାଥମିକ ତଦନ୍ତରୁ ଜବତ ଗଞ୍ଜେଇ ୱେଷ୍ଟବେଙ୍ଗଲ ଅଞ୍ଚଳର ବଙ୍ଗଳାଦେଶ ସୀମାକୁ  ଚାଲାଣ ହେଉଥିବା ଜଣାପଡ଼ିଥିବା ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ପୂର୍ବରୁ କଦଳୀ ବୋଝେଇ ଗାଡ଼ି, ଟ୍ୟାଙ୍କରରେ, ଗାଡ଼ିର ସିକ୍ରେଟ ଚାମ୍ବର, ପାଣି ଟାଙ୍କି, ଲୁଣ ବସ୍ତା ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ। ହେଲେ ଏବେ ଆଉ କିଛି ପାଦ ଆଗେଇ ନିଜ ଶରୀରରେ ହିଁ ଗଞ୍ଜେଇ ଧରି ଚୋରା ଚାଲାଣ କରିବାର ନୂଆ ତରିକା ବାହାର କରିଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ।   

Koraput Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe