Advertisment

ମହିଳା ଫିଫା ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫୁଟିଲା ଗୁଳି; ୩ ଟଳି ପଡ଼ିଲେ

ମହିଳା ଫିଫା ବିଶ୍ୱକପ୍‌ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ଖେଳାଳୀ ସେଣ୍ଟ୍ରାଲ ଅକଲାଣ୍ଡ ପହଞ୍ଚି ସାରିଲେଣି।

author-image
Niharika Rout
firing spot

firing spot

ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଅକଲାଣ୍ଡରେ ମହିଳା ଫିଫା ବିଶ୍ୱକପ୍‌ ଆରମ୍ଭର ୧୨ ଘଣ୍ଟା ପୂର୍ବରୁ ଫୁଟିଲା ଗୁଳି । ସେଣ୍ଟ୍ରାଲ ଅକଲାଣ୍ଡରେ ଘଟିଥିବା ଏହି ଗୁଳିକାଣ୍ଡରେ ୩ ଜଣ ଟଳି ପଡ଼ିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ଟଳି ପଡ଼ିଲା ଆତତାୟୀ ।

Advertisment

ମହିଳା ଫିଫା ବିଶ୍ୱକପ୍‌ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ଖେଳାଳୀ ସେଣ୍ଟ୍ରାଲ ଅକଲାଣ୍ଡ ପହଞ୍ଚି ସାରିଲେଣି। ଏହି ଗୁଳିକାଣ୍ଡ ଯୋଗୁ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲେ ବି ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ ସରକାର। ନ୍ୟୁଜିଲାଣ୍ଡ ଓ ନରୱେ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିତ ଆୟୋଜନ ଅଧିକାର ମିଳିଛି।

ଏହି ଗୁଳିକାଣ୍ଡ କୌଣସି ଆତଙ୍କୀ ହାମଲା ନୁହେଁ, ତେଣୁ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ୍‌ ହିମ୍ପିକ୍ସ । ମୃତ ଶୁଟର୍‌ଙ୍କ ନିକଟରୁ ପୁଲିସ୍‌ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। 

Advertisment

ଏହି ଘଟଣା ପରେ ଫିଫା ବିଶ୍ୱକପ୍‌ରେ ସାମିଲ ହେବାକୁ ଅକଲାଣ୍ଡରେ ପହଞ୍ଚିଥିବା ସମସ୍ତ ଖେଳାଳୀ ଓ କର୍ମଚାରୀ ସୁରକ୍ଷିତ ଥିବା ଅକଲାଣ୍ଡର ମେୟର ସୂଚନା ଦେଇଛନ୍ତି।

Deadbody Firing