Advertisment

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଶିଶୁକନ୍ୟାଟିକୁ ରାସ୍ଥାକଡ଼ରୁ ଉଦ୍ଧାର କରି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଳରେ ଭର୍ତ୍ତି କରଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
undefined

Baby girl rescued

ପୁଣି ଅଲୋଡ଼ା ଶିଶୁକନ୍ୟା। ରାସ୍ତାକଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖର୍ଲିକାନୀ ଗାଁର ରାସ୍ତାର କଡ଼ରେ।

Advertisment

ଆଜି ସକାଳେ ଖର୍ଲିକାନ ଗାଁର ରାସ୍ତା କଡ଼ରୁ ଛୁଆ କାନ୍ଦିବାର ଶୁଭିଥିଲା। ସେଇ ରାସ୍ତାରେ ଯିବା ଆସିବା କରୁଥିବା ସ୍ଥାନୀୟ ଲୋକେ ଛୁଆର କାନ୍ଦ ଶୁଣି ଅଟକି ଯାଇଥିଲେ। ରାସ୍ତା କଡ଼ରେ ପଡ଼ିଥିବା ଗୋଟିଏ ପ୍ଳାଷ୍ଟିକ ବ୍ୟାଗ ଭିତରୁ ଏହି କାନ୍ଦ ଶୁଭୁଥିବା ଦେଖି ସ୍ଥାନୀୟ ଲୋକେ ସେଇ ବ୍ୟାଗକୁ ଖୋଲିଥିଲେ। ବ୍ୟାଗ୍‌ଭିରେ ଏକ ନବଜାତ ଶିଶୁକନ୍ୟ ଥିବା ଦେଖିବାକୁ ପାଇଥିଲେ।

ଶିଶୁକନ୍ୟାଟିକୁ ରାସ୍ଥାକଡ଼ରୁ ଉଦ୍ଧାର କରି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଳରେ ଭର୍ତ୍ତି କରଥିଲେ। ଏନେଇ ସଦର ପୁଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ। ପୁଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ ଶିଶୁ କନ୍ୟାର ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Advertisment

ଶିଶୁ ସୁରକ୍ଷା ଅଧିକାରି କହିଛନ୍ତି, ଶିଶୁକନ୍ୟା ଉଦ୍ଧାର ଘଟଣାରେ ତଦନ୍ତ କରାଯାଉଛି। ଆଉ ଶିଶୁଟିର ପ୍ରକୃତ ବାପା ମା’ ଜଦି ଚାହିଁବେ ୩୦ ଦିନ ମଧ୍ୟରେ ଛୁଆଟିକୁ ଆସିକି ନେଇ ଯାଇପାରିବେ। ସାଧାରଣ ଲୋକେ ଶିଶୁ ମାନଙ୍କୁ ଫିଙ୍ଗି ନଦେଇ ଗୋପନୀୟ ଭାବରେ ପ୍ରଶାସନ ନିକଟରେ ସରେଣ୍ଡର କରିବାକୁ ଅନୁରୋଧ।

Baby Girl Rescued