Advertisment

ଶିଶୁକନ୍ୟାକୁ ବୁଦା ମୂଳେ ଛାଡ଼ି ପଳାଇଥିଲା ମା’; ଧରାପଡ଼ିଲା

ବୃଦ୍ଧିଜୀବୀମାନେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Baby

Baby

ମରିଗଲା ମା’ର ମମତା। ଶିଶୁକନ୍ୟାକୁ ପ୍ରସବ କରିବାର ମାତ୍ର କେଇ ମୂହୁର୍ତ୍ତ ପରେ ସବୁ ସମ୍ପର୍କ ତୁଟାଇ କନ୍ୟା ରତ୍ନକୁ ମରଣ ମୁହଁକୁ ଠେଲି ଦେଲା ମା’।ବୁଦା ମୂଳେ ନବଜାତ ଶିଶୁକନ୍ୟାକୁ ଜନ୍ମ ଦେଇ ଛାଡ଼ି ପଳାଇଥିଲା। ଶେଷରେ ପୁଲିସ ହାତରେ ଧରାପଡ଼ିଲା ମା’। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଗ୍ରାମର ମୁକ୍ତିଢ଼ିପା ଠାରେ।

Advertisment

ଗତକାଲି ମୁକ୍ତିଢିପାଠାରେ ଜଣେ ବ୍ୟକ୍ତିଙ୍କ ଘରର ଛାତ ଢଳେଇ କାମ ଚାଲିଥିଲା। ସେଠାରେ ଜଣେ ମହିଳା ଶ୍ରମିକ ଭାବେ କରୁଥିଲେ।  ଶୌଚ ଯିବା ବାହାନାରେ ମହିଳା ଜଣଙ୍କ ବୁଦା ନିକଟକୁ ଯାଇଥିଲେ। ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇ ବୁଦା ମୂଳରେ ଛାଡ଼ି ଦେଇ ପଳାଇଯାଇଥିଲେ।

ପରେ କନ୍ୟା ସନ୍ତାନର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ। ଏହାସହ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ସଂପୃକ୍ତ ମହିଳାଙ୍କୁ ଠାବ କରିଥିଲା। ପରେ ମା’ ଓ ନବଜାତ ଶିଶୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହାସହ ବୃଦ୍ଧିଜୀବୀମାନେ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି। 

Advertisment
Sudargarh