Advertisment

‘ଯୌତୁକ ପାଇଁ ଆମ ଝିଅକୁ ମାରି ଟାଙ୍ଗିଦେଲେ’

‘ଦୁଇ ମାସ ତଳେ ନୂଆ ସଂସାରରେ ପାଦ ଥାପିଥିଲା ଝିଅ । ଶାଶୁ ଘରେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରୁଥିଲ। କିନ୍ତୁ କାଳ ସାଜିଲା ଯୌତୁକ । ଟଙ୍କା, ସୁନାଗହଣା ପାଇବା ପାଇଁ ଆମ ଝିଅ ଉପରେ ଆରମ୍ଭ କରି ଦେଇଥିଲେ ନିର୍ଯାତନା । ଆଉ ଶେଷରେ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି। ’

ଅଦ୍ୟତନ ହୋଇଛି
marriage pic

marriage pic

Advertisment

‘ଦୁଇ ମାସ ତଳେ ନୂଆ ସଂସାରରେ ପାଦ ଥାପିଥିଲା ଝିଅ । ଶାଶୁ ଘରେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରୁଥିଲ। କିନ୍ତୁ କାଳ ସାଜିଲା ଯୌତୁକ । ଟଙ୍କା, ସୁନାଗହଣା ପାଇବା ପାଇଁ ଆମ ଝିଅ ଉପରେ ଆରମ୍ଭ କରି ଦେଇଥିଲେ ନିର୍ଯାତନା । ଆଉ ଶେଷରେ ଝିଅକୁ ମାରି ଟାଙ୍ଗି ଦେଇଛନ୍ତି। ’ ବିବାହ ପରେ ପରେ ଝିଅର ମୃତ୍ୟୁ ହୋଇଥିବା ବେଳେ ବୁକୁଫଟା କ୍ରନ୍ଦନ କରି ଜଣେ ମା’ ଆଣିଛନ୍ତି ଏପରି ଅଭିଯୋଗ ।

Advertisment

ଏପରି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ତେନ୍ତଳାଗଢିଆ ଗାଁରେ ଘଟିଛି। ମୃତା ନବବଧୂଜଣକ ହେଲେ ଶେରପୁର ଗାଁର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠୀ l ସେ ଦୁଇ ମାସ ତଳେ ତେନ୍ତଳାଗଢିଆ ଗାଁର ନୀଳାମ୍ବର ଦାସଙ୍କ ପୁଅ ଜଗନ୍ନାଥ ଦାସଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ l

ବାପ ଘର ଲୋକଙ୍କ କହିବା କଥା ବିବାହ ସମୟରେ ସେମାନେ ଦାବି ମୁତାବକ ଯୌତୁକ ଦେଇ ପାରି ନ ଥିଲେ। ଲକ୍ଷ୍ମୀପ୍ରିୟାଙ୍କ ବାପଘରୁ ଆସିଥିବା ପଲଙ୍କ ଶାଶୁ ଘର ଲୋକଙ୍କ ପସନ୍ଦ ଆସି ନ ଥିଲା। ଫଳରେ ସେମାନେ ତାକୁ ଫେରାଇ ଦେଇଥିଲେ। ତେଣୁ ଖୁବ୍‌ ଶୀଘ୍ର ଏକ ପଲଙ୍କ ସହ ଟଙ୍କା ଓ ସୁନା ଦେବା ପାଇଁ କହୁଥିଲେ।

Advertisment

ଏଥିରେ ବିଳମ୍ବ ହେବାରୁ ସେମାନେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏହାପରେ ଆଜି ସକାଳୁ ସରପଞ୍ଚ, ସମିତିସଭ୍ୟ ଫୋନ୍‌ କରି ଆମ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ। ତେବେ ଏଠାରେ ପହଞ୍ଚି ଝିଅ ବେକରେ ରଶି ଗୁଡ଼ା ଯାଇଥିବା ବେଳେ ପାଦ ତଳେ ଲାଗିଥିବା ଦେଖିବାକୁ ପାଇଥିଲୁ। ଜ୍ୱାଇଁ ତଥା ତାଙ୍କ ପରିବାର ଲୋକେ ଆମ ଝିଅକୁ ମାରିଦେଇଥିବା ଲକ୍ଷ୍ମୀପ୍ରିୟାଙ୍କ ମା’ କହିଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଲିସ୍‌ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଜଗନ୍ନାଥ ଓ ତାଙ୍କ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି।

Balasore Dowery Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe