Advertisment

୮ ଦିନ ତଳେ ଶାଶୁ ଘରେ ପାଦ ଦେଇଥିଲା କନିଆ, ଆଜି ମିଳିଲା ଝୁଲନ୍ତା ମୃତଦେହ

ମନରେ ଅସୁମାରୀ ଆଶା ନେଇ ମାତ୍ର ୮ ଦିନ ତଳେ ବାପ ଘରୁ ଶାଶୁ ଘରକୁ ଆସିଥିଲା ଝିଅ। ହାତରେ ମେହେନ୍ଦୀ,ମଥାରେ ସିନ୍ଦୂର ଦେଇ ସାଜିଥିଲା କନିଆ। ମାତ୍ର ସବୁ ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଗଲା।

Bride

Bride

Advertisment

ମନରେ ଅସୁମାରୀ ଆଶା ନେଇ ମାତ୍ର ୮ ଦିନ ତଳେ ବାପ ଘରୁ ଶାଶୁ ଘରକୁ ଆସିଥିଲା ଝିଅ। ହାତରେ ମେହେନ୍ଦୀ,ମଥାରେ ସିନ୍ଦୂର ଦେଇ ସାଜିଥିଲା କନିଆ। ଶାଶୁ ଘରକୁ ନିଜର କରି ବାକି ଜୀବନ କାଟିବାକୁ ସ୍ୱପ୍ନ ବି ଦେଖିଥିଲା। ହେଲେ ଏହି ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଗଲା। ଆରମ୍ଭ ହେଉ ହେଉ ଉଜୁଡ଼ି ଗଲା ସୁନାର ସଂସାର।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ ସିଂଙ୍କୁ ବିବାହ କରିଥିଲେ l

ପରମ୍ପରା ଅନୁଯାୟୀ, ବିବାହ ପରେ ଗୌରୀ ନିଜ ଘରକୁ ଲୁଚିବା ପାଇଁ ଯାଇଥିବା ବେଳେ ଗତକାଲି ଶ୍ୱଶୁର ଘରକୁ ଫେରିଥିଲେ l ହେଲେ ଆଜି ଶାଶୁ ଘର ଆଗରେ ଥିବା ଜଙ୍ଗଲର ଏକ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

Advertisment

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଶାଶୁ ଘର ଲୋକେ ଗୌରୀଙ୍କୁ ହତ୍ୟା କରି ଦେଇଥିବା ତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ପୁଲିସ୍‌ ଗୌରୀଙ୍କ ସ୍ୱାମୀ ସମେତ ଅନ୍ୟ ଶାଶୁ ଘର ସଦସ୍ୟଙ୍କୁ ପଚରାଉଚରା କରୁଛି।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe