Advertisment

ଛାରଖାର ହେଲା ସଂସାର; ଲକ୍ଷେ ଟଙ୍କା ପାଇଁ ବୋହୂକୁ ମାରିଦେଲେ

ତକିଆ ପକାଇ ଶ୍ୱଶୁର ଘର ଲୋକେ ଝିଅକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ତନୟାଙ୍କ ପରିବାର ଲୋକେ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Murder

Murder

ସଂସାର ଉଜାଡ଼ି ଦେଲା ଯୌତୁକ ଲୋଭ। ଲକ୍ଷେ ଟଙ୍କା ପାଇଁ ବୋହୂକୁ ତକିଆ ପକାଇ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଦ୍ରକ ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ତନୟା ନାୟକ।

Advertisment

୨୦୨୧ ମସିହାରେ ତନୟା ଚାନ୍ଦବାଲି ଏନ୍ଏସି ୪ର କୁବେର ସାହିର ସୁରେଶ ସାହୁଙ୍କ ପୁଅ ରତିକାନ୍ତ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ଯୌତୁକ ପାଇଁ ସାବତ ମା’, ଶ୍ୱଶୁର,ଦିଅର ଓ ସ୍ଵାମୀ ତନୟାଙ୍କୁ ମାନସିକ ନିଯ୍ୟାତନା ଦେଉଥିଲେ। ବାପ ଘରୁ ଲକ୍ଷେ ଟଙ୍କା ଆଣିବା ପାଇଁ ବାରମ୍ବାର କହୁଥିଲେ।

ଗତ ୧୫ ତାରିଖରେ ଯୌତୁକ ଟଙ୍କା ଶ୍ୱଶୁର ଘର ଲୋକେ ଝିଅକୁ ତକିଆ ପକାଇ ମାରିଦେଇଥିବା ତନୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ତନୟା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଚାନ୍ଦବାଲି ଥାନା ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାର ଖୋଳତାଡ଼ କରୁଛି ପୁଲିସ। ତନୟାଙ୍କର ୧୬ ମାସର ଝିଅଟିଏ ଅଛି।

Advertisment
Murder Bhadrak