US
ନୂଆ କରି ବାହା ହୋଇଥିଲେ। କାର୍ରେ ପତ୍ନୀଙ୍କୁ ଧରି ଯାଉଥିଲେ। ହେଲେ ସାମାନ୍ୟ କଥା କଟାକଟିରୁ ଚାଲିଲା ଗୁଳି। ଏହି ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ଆମେରିକାର ଇଣ୍ଡିଆନା ରାଜ୍ୟରେ ଜଣେ ଭାରତୀୟ ବଂଶଦ୍ଭୋବ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। କାର ସାଇଡ ମରାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା କୁହାଯାଉଛି।
୨୯ ବର୍ଷୀୟ ଗାଭିନ ଦାସାଉର ନିଜର ପତ୍ନୀଙ୍କୁ ଧରି ଘରକୁ ଯାଉଥିଲେ। ହେଲେ ଇଣ୍ଡୀ ସିଟିରେ କାର ସାଇଡ ମରାକୁ ନେଇ ଜଣଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ଗୁଳିମାଡ଼ ପରେ ଆଗ୍ରାର ମୂଳ ବାସିନ୍ଦା ଗାଭିନଙ୍କୁ ତାଙ୍କ ମେକ୍ସିକାନ ପତ୍ନୀ ଭିଭିଆନା ଜାମୋରେ ତୁରନ୍ତ ହସ୍ପିଟାଲ ନେଇଥିଲେ। କିନ୍ତୁ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଉଭୟ ଜୁନ ୨୯ରେ ବିବାହ କରିଥିଲେ। ହେଲେ ୨ ସପ୍ତାହରୁ ମାତ୍ର କିଛି ଦିନ ପରେ ଗାଭିନଙ୍କ ମୃତ୍ୟୁ ହୋଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଗାଭିନଙ୍କ କାର ରାସ୍ତା ଉପରେ ରହିଛି। ଏହା ପଛକୁ ଗୋଟିଏ ଧଳା ପିକଅପ ଟ୍ରକ ରହିଛି। ରାଗରେ ଗାଭିନ କାରରୁ ବାହାରି ପିକଅପ୍ ପାଖରେ ପହଞ୍ଚିଥିଲା। ସେ ଡ୍ରାଇଭରଙ୍କୁ ଗାଳି ଗୁଲଜ କରିବା ସହ ନିଜ ବନ୍ଧୁକରେ କାଚକୁ ବାଡ଼େଇଥିଲେ। ଏହାର ଜବାବରେ ପିକଅପରେ ବସିଥିବା ଡ୍ରାଇଭର ଗୁଳି ମାରି ଦେଇଥିଲେ।
ଗୁଳି ସିଧା ଗାଭିନଙ୍କ ମୁଣ୍ଡରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ସନ୍ଦେହ କରୁଛି ଯେ ପିକଅପ ଟ୍ରକ୍ରେ ଥିବା ବ୍ୟକ୍ତି ଜଣଙ୍କ ଆତ୍ମରକ୍ଷା ପାଇଁ ସମ୍ଭବତଃ ଏପରି କରିଛନ୍ତି। କାରଣ ଗାଭିନ ତାଙ୍କ ଆଡ଼କୁ ବନ୍ଧୁକ ଦେଖାଇ ପାଟି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/US_1721568242.jpg)