Advertisment

ପାଦରୁ ଲିଭିନି ଅଳତା, ହାତରୁ ଲିଭିନି ମେହେନ୍ଦି...

ବିରୁପାକ୍ଷ ଦାସ ବେହେରା କୋଲକାତାରେ ଏକ ହୋଟେଲ୍‌ରେ କାମ କରୁଥିଲେ। ହେଲେ ସେ ରାଜଘରପୋରୀ ପଞ୍ଚାୟତର ସଦର ସାହିର ମାନସୀ ମହାନ୍ତିଙ୍କୁ ପ୍ରେମ କରୁଥିଲେ। ମାନସୀ ମଧ୍ୟ ବିରୁପାକ୍ଷଙ୍କୁ ଭଲ ପାଉଥିଲେ।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ପାଦରୁ ଲିଭିନି ଅଳତା, ହାତରୁ ଲିଭିନି ମେହେନ୍ଦି। ହେଲେ ଚାଲୁଥିବା ବେଳେ ସଂସାର ରୂପକ ରାସ୍ତାରେ ଝୁଣ୍ଟି ପଡ଼ିଲେ ମାନସୀ ମହାନ୍ତି। ଆଉ ଉଠି ପାରିଲେ ନାହିଁ। ସବୁଦିନ ପାଇଁ ସେହି ଅଫେରା ପଥରେ ଚାଲିଗଲେ। ଆଉ ଯାହାର ହାତ ଧରି ବାପଘର ଏରୁଣ୍ଡି ଡେଇଁଥିଲେ, ଆଜି ତାକୁ ବିବାଦର ବୁଢିଆଣୀ ଜାଲରେ ଛନ୍ଦି ଦେଇଗଲେ। ଯୌତୁକ ଜନିତ ବଧୂହତ୍ୟାର କଳଙ୍କରେ ସମାଜ ଆଗରେ ନିନ୍ଦିତ ହେଉଛନ୍ତି ପ୍ରେମିକରୁ ସ୍ୱାମୀ ସାଜିଥିବା ବିରୁପାକ୍ଷ ଦାସ ବେହେରା।

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଇରମ ପଞ୍ଚାୟତ ରଥପଦା ଗାଁର ବିରୁପାକ୍ଷ ଦାସ ବେହେରା କୋଲକାତାରେ ଏକ ହୋଟେଲ୍‌ରେ କାମ କରୁଥିଲେ। ହେଲେ ସେ ରାଜଘରପୋରୀ ପଞ୍ଚାୟତର ସଦର ସାହିର ମାନସୀ ମହାନ୍ତିଙ୍କୁ ପ୍ରେମ କରୁଥିଲେ। ମାନସୀ ମଧ୍ୟ ବିରୁପାକ୍ଷଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ତାହାରି ଭିତରେ ମାନସୀଙ୍କ ବାପା ତାଙ୍କ ବିବାହ ସ୍ଥିର କରିଥିଲେ। ଏପରିକି ନିର୍ବନ୍ଧ ମଧ୍ୟ ସାରି ଦେଇଥିଲେ। କିନ୍ତୁ ସେ ପ୍ରତିବାଦ କରିପାରୁନଥିଲେ।

ତେବେ ୨୦୨୩ ମସିହା ଜୁଲାଇ ମାସରେ ବିରୁପାକ୍ଷଙ୍କ ସହିତ ମାନସୀ ଘରୁ ପଳାଇ ଯାଇଥିଲା। ଉଭୟ କୋଲକାତାରେ ଲିଭ୍‌ଇନ୍‌ରେ ରହୁଥିଲେ। ଗତ ମଇ ମାସରେ ଉଭୟ ଗାଁକୁ ଫେରିଥିଲେ। ସେହି ମାସ ୧୦ ତାରିଖରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ହେଲେ ସେହି ବାହାଘରରେ ମାନସୀଙ୍କ ପରିବାର ଲୋକ ସାମିଲ୍‌ ହୋଇନଥିଲେ। ବାହାଘର ପରେ ବଧୂ ବେଶରେ ଶାଶୁ ଘରକୁ ଯାଇଥିଲେ ମାନସୀ। ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା।

Advertisment

ବାହାଘରର କିଛି ଦିନ ପରେ ବିରୁପାକ୍ଷ କୋଲକାତା ଫେରି ଯାଇଥିଲେ। କିନ୍ତୁ ମାନସୀ ଗାଁରେ ଶାଶୁ ଘରେ ରହୁଥିଲେ। ୨ରୁ ୩ ଦିନ ତଳେ ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ବୁଧବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ। ତେବେ ରାତିରେ ମାନସୀଙ୍କ ଘରୁ ଶବ୍ଦ ଶୁଣି ବିରୁପାକ୍ଷଙ୍କ ମାଆ ଉଠି ଆସିଥିଲେ। ସେତେବେଳେ ମାନସୀ ଝୁଲୁଥିବା ଦେଖି ତାଙ୍କୁ ସଜ୍ଞାହୀତ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମାନସୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ଆଜି ସକାଳେ ବିରୁପାକ୍ଷ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ମେଡ଼ିକାଲ୍‌ରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯୌତୁକ ପାଇଁ ମାନସୀଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ମାନସୀଙ୍କ ବାପ ଘର ଲୋକଙ୍କ କହିବା ଅନୁସାରେ ଶାଶୁଘର ଲୋକେ ଯୌତୁକ ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ। ସେଥିରୁ ୩ ଲକ୍ଷ ଟଙ୍କା ଦିଆଯାଇଥିଲା। ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଉ ୨ ଲକ୍ଷ ଦିଆଯାଇନଥିଲା। ଯେଉଁଥିପାଇଁ ତାଙ୍କୁ ମାରି ଦିଆଯାଇଥିବା ମାନସୀଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ବାସୁଦେବପୁର ଥାନା ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe