Advertisment

ଯୌତୁକ ଜୁଈରେ ନବବଧୂ

ମଧୁସ୍ମିତାଙ୍କୁ ଦିଆଯାଉଥିଲା ନିର୍ଯାତନା। ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ସବୁ ନିର୍ଯାତନା ସହି ଶାଶୁ ଘରେ ରହିଥିଲେ ମଧୁସ୍ମିତା। ତେବେ ଗତ ୨୪ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ମାରିଦିଆଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ଯୌତୁକ ଜୁଈରେ ନବବଧୂ! ଜଳିବା ଆଗରୁ ଲିଭିଗଲା ଜୀବନ ଦୀପ। ମାଆ ଛେଉଣ୍ଡ ହୋଇଗଲା ୨ ବର୍ଷର କୁନିପୁଅ। ଭଦ୍ରକ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଭଦ୍ରକ ବ୍ଲକ୍‌ ପଗଡ ଗାଁର ପ୍ରଭଞ୍ଜନ ଦାସ ମହାପାତ୍ର ଏରଡ଼ା ଗ୍ରାମର ଦେବାଶିଷ ବେହେରାଙ୍କ ଝିଅ ମଧୁସ୍ମିତାଙ୍କୁ ୨୦୨୦ ମସିହାରେ ବିବାହ କରିଥିଲେ। ବୈଦିକ ରୀନିନୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବାହାଘର ପରେ ମଧୁସ୍ମିତାଙ୍କ ପାରିବାରିକ ରଥ ଠିକ୍‌ଠାକ୍‌ ଚାଲିଥିଲା। ତାଙ୍କର ଏବେ ୨ ବର୍ଷର ପୁଅଟିଏ ଅଛି। ତେବେ ହଠାତ୍‌ କ’ଣ ହେଲା ମଧୁସ୍ମିତାଙ୍କ ପରିବାରରେ ଉଠିଲା ଅଶାନ୍ତିର ଝଡ଼।

ମଧୁସ୍ମିତାଙ୍କୁ ଦିଆଯାଉଥିଲା ନିର୍ଯାତନା। ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ସବୁ ନିର୍ଯାତନା ସହି ଶାଶୁ ଘରେ ରହିଥିଲେ ମଧୁସ୍ମିତା। ତେବେ ଗତ ୨୪ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ମଧୁସ୍ମିତାଙ୍କ ବାପଘର ଲୋକେ ଏ ସମ୍ପର୍କରେ ଜାଣି ଶାଶୁ ଘରେ ପହଞ୍ଚିଥିଲେ। ଝିଅର ମୃତଦେହ ଦେଖି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe