Advertisment

ଭେଟରାନ ସାମ୍ବାଦିକ ପ୍ରବୀର ଓ ନ୍ୟୁଜକ୍ଲିକ୍‌ର HR ମୁଖ୍ୟ ଗିରଫ

କିଛି ଦିନ ତଳେ ନ୍ୟୁୟର୍କ ଟାଇମ୍ସରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ ଭାରତରେ ଚାଇନିଜ ଆଭିମୁଖ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ନ୍ୟୁଜକ୍ଲିକ ପାଣ୍ଠି ପାଇଛି।

News

News

Advertisment

ଦିଲ୍ଲୀ ପୁଲିସ୍‌ ସକାଳୁ ଚଳାଇଥିବା ରେଡ୍‌ ପରେ ସନ୍ଧ୍ୟାରେ ଭେଟରାନ ସାମ୍ବାଦିକ ତଥା ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିଛି। ତାଙ୍କୁ ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ବଳରେ ଗିରଫ କରାଯାଇଛି।

Advertisment

ସେହିପରି ନ୍ୟୁଜକ୍ଲିକର ମାନବ ସମ୍ବଳ ବିଭାଗ ମୁଖ୍ୟ ବା ଏଚ୍‌ଆର ଅମିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। କିଛି ଦିନ ତଳେ ନ୍ୟୁୟର୍କ ଟାଇମ୍ସରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ ଭାରତରେ ଚାଇନିଜ ଆଭିମୁଖ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ନ୍ୟୁଜକ୍ଲିକ ପାଣ୍ଠି ପାଇଛି। ଏହାକୁ ନେଇ ସଂସଦରେ ମଧ୍ୟ ତୀବ୍ର ଝଡ଼ ଦେଖିବାକୁ ମିଳିଥିଲା।

ଏସବୁ ଭିତରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ୟୁଏପିଏ ଓ ଅନ୍ୟ ଦଫାରେ ମାମଲା ରୁଜୁ କରିଥିଲା। ଏଥିସହ ଆଜି ଆଜି ଦିଲ୍ଲୀ-ଏନସିଆରର ପ୍ରାୟ ୨୪ଟି ସ୍ଥାନରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଅଧିକାରୀମାନେ ଚଢ଼ଉ କରିଥିଲେ।

Advertisment

ନ୍ୟୁଜ କ୍ଲିକ ସହ ଜଡ଼ିତ ସାମ୍ବାଦିକମାନଙ୍କ ଫୋନ ଓ ଲ୍ୟାପଟପ୍‌ ପୁଲିସ ଜବତ କରିଥିଲା। ଏଥିସହ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଥାନାକୁ ନେଇ ପଚରଉଚରା ମଧ୍ୟ କରାଯାଇଥିଲା। ସନ୍ଧ୍ୟା ଯାଏ ପଚରାଉଚରା କରାଯିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ସାମ୍ବାଦିକ ପ୍ରବୀଣ ଓ ଏଚ୍‌ଆର ମୁଖ୍ୟ ଅମିତଙ୍କୁ ପୁଲିସ୍‌ ଗିରଫ କରାଯାଇଛି। 

ଦିଲ୍ଲୀ ପୁଲିସ୍‌ କହିଛି ଯେ ରେଡ ବେଳେ ସ୍କାନରରେ ଥିବା ୩୭ ଜଣ ପୁରୁଷ ଓ ୯ ଜଣ ମହିଳାଙ୍କୁ ପଚରାଉଚରା କରାଯାଇଥିଲା। ସେମାନଙ୍କୁ ସେମାନଙ୍କ ଠିକଣାରେ ହିଁ ଜେରା କରାଯାଇଛି। କିଛି ଡିଜିଟାଲ ଡିଭାଇସ ଓ ଦସ୍ତାବିଜ ଇତ୍ୟାଦି ଜବତ କରାଯାଇଛି। ସେଗୁଡ଼ିକୁ ପରୀକ୍ଷା ପାଇଁ ପଠା ଯାଇଛି। ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରବୀଣ ଓ ଅମିତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି।

କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହି ନ୍ୟୁଜ ପୋର୍ଟାଲ ବିରୋଧରେ ଏକ ମାମଲା ରୁଜୁ କରି ଏହାର ଆର୍ଥିକ କାରବାରର ଅନୁଧ୍ୟାନ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ, ନ୍ୟୁଜକ୍ଲିକ୍ ଚାଇନା ସହ ଲିଙ୍କ ସଂସ୍ଥାଗୁଡ଼ିକଠାରୁ ପ୍ରାୟ ୩୮ କୋଟି ଟଙ୍କା ଆଣିଛି। ଏସବୁ ଟଙ୍କା କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇଛି ତାହା ତଦନ୍ତ କରାଯାଉଛି।

ଯେଉଁମାନେ ନ୍ୟୁଜକ୍ଲିକରୁ ବେତନ କିମ୍ବା ପାରିଶ୍ରମିକ ପାଇଛନ୍ତି, ସେମାନେ ସ୍କାନର୍ ଅଧୀନରେ ଅଛନ୍ତି। ଅଧିକ ଅନୁସନ୍ଧାନ ପାଇଁ ଆଜି ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ଜବତ କରାଯାଇଥିଲା।

China Delhi Journalist; NewsClick
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe