/odisha-reporter/media/post_attachments/uploadimage/library/16_9/16_9_0/Garbage_1689909159.jpg)
Garbage
ପୁରୀ ବଳିଆପଣ୍ଡାରେ ଥିବା ଅଳିଆ ଗଦା ହଟାଇବାକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ୮ ଏକର ପରିମିତ ୫୦ ଫୁଟ ଉଚ୍ଚର ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଏହି ଅଳିଆ ଗଦାକୁ ହଟାଇବାକୁ କହିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍।
ଆଇନଜୀବୀ ଚିନ୍ମୟ ଦାଶଙ୍କ ପିଟିସନ ଆଧାରରେ ଜାତୀୟ ଗ୍ରୀନଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି। ବଳିଆପଣ୍ଡା ଅଞ୍ଚଳକୁ ସିସିଟିଭି ସର୍ଭିଲାନ୍ସରେ ରଖିବା ସହ ଯେପରି କେହି ତା’ ଭିତରେ କେହି ନ ପଶିବେ ତା’ ଉକପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଅଳିଆ ଆବର୍ଜନକୁ ସଫା କରି ପୁରା ଜାଗାକୁ ବାଉଣ୍ଡରି କରିବା ଏବଂ ଭୂତଳ ଜଳ ପରୀକ୍ଷଣ କରି ରିପୋର୍ଟ ଦେବାକୁ କହିଛନ୍ତି ଜାତୀୟଗ୍ରୀନ ଟ୍ରିବ୍ୟୁନାଲ୍।
କିଛି ମାସ ତଳେ ଆଇନଜୀବୀ ଚିନ୍ମୟ ଦାସ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ଦାୟର କରିଥିଲେ। ଏହାପରେ ଟ୍ରିବ୍ୟୁନାଲରେ ପୁରୀ ପୌରସଂସ୍ଥା ପକ୍ଷରୁ ଦାଖଲ ହୋଇଥିଲା ସତ୍ୟପାଠ। ପ୍ରୋସେସିଂ ସରିବା ପରେ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯିବ ପୌର ଅଧିକାରୀ ସୂଚନା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
