Advertisment

ଶିଖରଚଣ୍ଡୀ ପାହାଡ଼ ନଷ୍ଟ ଘଟଣା: ଚନ୍ଦକା ଡିଏଫଓଙ୍କୁ ଏନଜିଟି ଛାଟ

ଗଛକଟାକୁ ବିରୋଧ କରି ଏନଜିଟିରେ ଆବେଦନ ହୋଇଥିବାରୁ ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଛାଟ ଲାଗିଛି।

Sikharchandi Hill

Sikharchandi Hill

Advertisment

ଦେଖୁ ଦେଖୁ ଜୈବ ବିବିଧତାରେ ପରିପୂର୍ଣ୍ଣ ଶିଖରଚଣ୍ଡୀ ପାହାଡର ସୌନ୍ଦର୍ଯ୍ୟକୁ ଲୁଟି ନେଲେ। ମାଟିରେ ମିଶିଗଲା ସବୁଜିମା। ବର୍ଷ ବର୍ଷ ଧରି ଶିଖରଚଣ୍ଡି ପାହାଡ଼ରେ ହସୁଥିବା ସବୁଜ ବନାନୀ ଏବେ ଲଣ୍ଡା ହୋଇ ଯାଇଛି। ଗଛଲତାର ଚିହ୍ନବର୍ଣ୍ଣ ଆଉ ମିଳୁନି। ଏବେ ଏହି ଘଟଣାକୁ ନେଇ ଚନ୍ଦକା ଡିଏଫଓଙ୍କ ଉପରେ ବାଜିଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ । ଶିଖରଚଣ୍ଡି ପାହାଡ଼କୁ ଖାଁ ଖାଁ କରି ଦେବା ଅଭିଯୋଗରେ ଚନ୍ଦକା ଡିଏଫଓଙ୍କ ଉପରେ ୨୫ଶହ ଟଙ୍କା ଫାଇନ୍ ପକାଇଛନ୍ତି ଏନଜିଟି।

Advertisment

ଏହି ଘଟଣାର ଶୁଣାଣି କରି ଏନଜିଟି ଗତ ୧୧ ତାରିଖରେ ହେବାକୁ ଥିବା ଶୁଣାଣିକୁ ଆସନ୍ତା ଅକଟୋବର ୧୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପଟେ ଶିଖରଚଣ୍ଡୀ ପାହାଡକୁ ସୁରକ୍ଷା ପାଇଁ ଚନ୍ଦକା ଓ ଦାରୁଠେଙ୍ଗ ସରପଂଚ ଏହି ସ୍ଥାନକୁ ବାୟୋ ଡାଇଭରସିଟି ହେରିଟେଜ୍ ଘୋଷଣା କରିବାକୁ ଏନଜିଟିରେ ଜଣାଇଛନ୍ତି।

ପାଣି ଟାଙ୍କି ନିର୍ମାଣ ନାଁରେ ଶିଖରଚଣ୍ଡୀ ପାହାଡ଼ ବା ହନୁମାନ ପାହାଡ଼କୁ ଧ୍ୱଂସ୍ତ ବିଧ୍ୱଂସ୍ତ କରିଦିଆଯାଇଛି। ଏକ ପ୍ରକଳ୍ପ ପାଇଁ କଟାଗଲା ହଜାର ହଜାର ଗଛ। ବୁଲଡୋଜର ସହାୟତାରେ ପଥର ଫଟାଇ ପାହାଡ଼କୁ ସମାନ କରିଦେଲେ। କୁହାଗଲା, ଏଠାରେ ଏକ ବିଶାଳ ପାଣି ଟାଙ୍କି ନିର୍ମାଣ କରାଯିବ। ଯାହା ସମଗ୍ର ଭୁବନେଶ୍ୱରକୁ ପାଣି ଯୋଗାଯିବ। ହେଲେ ଏହି ପ୍ରକଳ୍ପ ପୂର୍ବରୁ କୌଣସି ପଲ୍ଲୀସଭା କଲେନି କି ଫଳକ ବି ମାରିଲେନି।

Advertisment

ଏଭଳି ପ୍ରକଳ୍ପକୁ ତୀବ୍ର ବିରୋଧ କରି କିଛି ସ୍ଥାନୀୟ ଲୋକେ ପ୍ରଥମେ ଜନ ପ୍ରତିନିଧୀ, ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କେହି ଧରାଛୁଆଁ ଦେଲେନି। ଶେଷରେ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ। ଗଛକଟାକୁ ବିରୋଧ କରି ଏନଜିଟିରେ ଆବେଦନ ହୋଇଥିବାରୁ ଏବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଛାଟ ଲାଗିଛି।

ଶିଖରଚଣ୍ଡି ପାହାଡ଼ରେ ୨୨୦ରୁ ଅଧିକ ପ୍ରକାର ଔଷଧୀୟ ବୃକ୍ଷ ରହିଛି। ଜୈବ ବିବିଧତା ପାଇଁ ବହୁ ଜାତୀୟ ଓ ଆନ୍ତର୍ଜୀତୀୟ ପୁରସ୍କାର ବି ମିଳିଛି। ଭଳିକି ଭଳି ଗଛଲତା ସହ ଏହା ବହୁ ବନ୍ୟଜନ୍ତୁଙ୍କ ବାସସ୍ଥାନ ବି ପାଲଟିଥିଲା। ମାତ୍ର ଅଳ୍ପ ଦିନରେ ବୁଲଡୋଜର ଲଗାଇ ପଥର ଫଟାଇ ଏହି ପାହାଡ଼କୁ ଲଣ୍ଡା କରିଦେଲେ।

ଏଥିରେ ଅତିଷ୍ଠ ହୋଇ ଏନଜିଟିରେ ଆବେଦନ କରିଥିବା ସଚିନ ମହାପାତ୍ର କହିଛନ୍ତି, ପ୍ରୋଜେକ୍ଟ ପୂର୍ବରୁ କୌଣସି ପଲ୍ଲିସଭା କରାଗଲା ନାହିଁ। କୌଣସି ଫଳକ ନ ଲଗାଇ ପାହାଡ଼ ନଷ୍ଟ କରିଦେଲେ। ଅଞ୍ଚଳବାସୀଙ୍କୁ ନେଇ ଦୁଇଟି ପଲ୍ଲିସଭା କରିବା ପରେ ବାଧ୍ୟ ହୋଇ ଏନଜିଟି ଦ୍ୱାରସ୍ଥ ହେଲୁ ପାହାଡ଼କୁ ଜାଣିଶୁଣି ନିଆଁ ଲଗାଇଦେବାରୁ ହାତୀ ବାହାରି ଜନବସତିମୁହାଁ ହେଲା।

ଏଥିସହ ସେ କହିଛନ୍ତି, ଦେଖୁ ଦେଖୁ ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ଏହି ପାହାଡ଼କୁ ଲଣ୍ଡା କରିଦେଲେ। ହେଲେ ଏଥିପାଇଁ କିଏ ଅନୁମତି ଦେଲା, କିଏ ଟଙ୍କା ଦେଲା, କାହାକୁ କାମ ମିଳିଲା ସେ ନେଇ କେହି ପାଟି ଫିଟାଇଲେ ନାହିଁ। ଯିଏ ଏହି କାମ କରିଛି ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯାହା ଫାଇନ ଆଦାୟ ହେବ ତାହା ମା’ଙ୍କ ପୀଠ ଉନ୍ନତିରେ ଲାଗିବ ।

Shikharachandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe