Advertisment

କୁଳଡିହା ମିରିଗନ ଖଣିରୁ ପଥର ଉତ୍ତୋଳନ ନେଇ ଜବାବ ତଲବ କଲେ ଏନ୍‌ଜିଟି

କୁଲଡିହା ଅଭୟାରଣ୍ୟର ଏକ କିଲୋମିଟର ଭିତରେ ମିରିଗିନି ଅଞ୍ଚଳ ଆସୁଥିବା ବେଳେ ଏଠାରୁ କିପରି ପଥର ଖନନ ଅନୁମତି ପ୍ରଦାନ କରାଗଲା ସେ ନେଇ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

NGT

NGT

Advertisment

ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ମିରିଗିନ୍ ପଥର ଖଣିରୁ ପଥର ଉତ୍ତୋଳନ ଅନୁମତି ପ୍ରଦାନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛି ଏନଜିଟି। କୁଲଡିହା ଅଭୟାରଣ୍ୟର ଏକ କିଲୋମିଟର ଭିତରେ ମିରିଗିନି ଅଞ୍ଚଳ ଆସୁଥିବା ବେଳେ ଏଠାରୁ କିପରି ପଥର ଖନନ ଅନୁମତି ପ୍ରଦାନ କରାଗଲା ସେ ନେଇ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

Advertisment

କୁଲଡିହା ଅଭୟାରଣ୍ୟର ଭିତର ଏକ କିଲୋମିଟର ପରିଧି ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ବା ଇକୋ ସେନ୍‌ସେଟିଭି ଜୋନ୍। ଏହି ଅଞ୍ଚଳ ମଧ୍ୟରେ କୌଣସି ନିର୍ମାଣ କିମ୍ବା ଖନନ କାର୍ଯ୍ୟକଳାପକୁ ବାରଣ କରାଯାଇଛି। ମାତ୍ର ଏହି ଅଞ୍ଚଳରେ ଖଣି ଖନନ ପାଇଁ କେମିତି ଅନୁମତି ଦିଆଗଲା ତାହାକୁ ନେଇ ଏନ୍‌ଜିଟିରେ ମାମଲା ବିଚାର ଚାଲିଛି।

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍, ବାଲେଶ୍ୱର ଜିଲ୍ଲାପାଳ ଏବଂ ନୀଳଗିରି ତହସିଳଦାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏହି ପରିବେଶ ସମ୍ୱେଦନଶୀଳ ଅଞ୍ଚଳରେ ଏକ ବର୍ଷ ପାଇଁ ୨୧ ହଜାର ୨୫୨ କ୍ୟୁବିକ୍ ମିଟ୍ ପଥରର ଉତ୍ତୋଳନ ପାଇଁ ଗତକର୍ଷ ଡିସେମ୍ବର ୨୬ ତାରିଖରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡକୁ ଅନୁମତି ଦେଇଥିଲେ ନୀଳଗିରି ତହସିଲଦାର।

Advertisment
Balasore Illegal Mining NGT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe