Advertisment

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା, ବେଙ୍ଗଲରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଲା NIA

ମାର୍ଚ୍ଚ ୧ରେ ରମେଶ୍ୱରମ କାଫେ ଆଇଇଡି ବିସ୍ଫୋରଣ ଘଟିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Cafe

Cafe

ବେଙ୍ଗାଲୁରୁର ରମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)। ଆଜି ତଦନ୍ତକାରୀ ସଂସ୍ଥା ପଶ୍ଚିମବଙ୍ଗରେ ଖୋଳତାଡ଼ କରି ଦୁଇ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଛି।

Advertisment

ଅଭିଯୁକ୍ତମାନେ ଅବଦୁଲ ମଟୀନ ତାହା ଏବଂ ମୁସାବୀର ହୁସେନ ଶାଜିବ ବୋଲି ଜଣାପଡିଛି।  ଶାଜିବର ଘର ଶିବାମୋଗଗା ଜିଲ୍ଲୀର ତିର୍ଥହାଲୀ ଅଞ୍ଚଳରେ। ସେ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା। 

ମାର୍ଚ୍ଚ ୧ରେ କା‍ଫେରେ ଆଇଇଡି ବିସ୍ଫୋରଣ ଘଟିଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ। କିଏ ଏବଂ କେଉଁ କାରଣରୁ କାଫେରେ ବିସ୍ଫୋରଣ ଘଟାଇଥିଲା, ତାର ପର୍ଦ୍ଦାଫାସ ପାଇଁ ଏନଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ମାର୍ଚ୍ଚ ୩ରୁ ଏନଆଇଏ ଘଟଣାର ତଦନ୍ତ କରୁଛି।

Advertisment

ମାମଲାରେ ଏନଆଇଏ ଏକାଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଫଟୋ ଜାରି କରିବା ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। 

Nia Cafe Blast Bengaluru Cafe Blast IED Blast In Cafe