Advertisment

ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ୍ ଘଟଣା; ଗୁଗୁଲକୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Terrorist Pannu

Terrorist Pannu

ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାର ଗୁଗୁଲକୁ ଚିଠି ଲେଖିଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ୍। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଇ-ମେଲରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ପଡ଼ିଲେ ଏନଆଇଏ ମଧ୍ୟ ମାମଲାର ତଦନ୍ତ କରିପାରେ ବୋଲି କୁହାଯାଇଛି।

Advertisment

ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା।  ଗତ ରବିବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ରେ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେବାସହ ଭିଡିଓ ଜାରି କରି ଭୁବନେଶ୍ୱରକୁ ‘CITY OF TERROR’
କହିଥିଲା ଆତଙ୍କୀ ପନ୍ନୁ।

ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ ଆସିବା ପରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପୁଲିସ କମିଶନରେଟଙ୍କୁ ଜଣାଇଥିଲେ। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ଅକ୍ଷୟଙ୍କ ଅଫିସକୁ ଯାଇ ତଥ୍ୟ ସଂଗ୍ରହ କରି ଫେରିଥିଲା। ପରେ ଗୁଗୁଲକୁ ଚିଠି ଲେଖି ତଥ୍ୟ ମାଗିଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ। 

Advertisment
Crime Branch Khalistani Terrorist Pannun