Advertisment

୪ ରାଜ୍ୟରେ NIA ରେଡ୍‌, ନକଲି ନୋଟ ରାକେଟର ପର୍ଦ୍ଦାଫାସ

ଭାରତରେ ନକଲି ନୋଟ ଛାପିବା ପରେ ବିଭିନ୍ନ ରାଜ୍ୟକୁ ପଠାଉଥିଲେ। ଶିବା ପାଟିଲଙ୍କ ଘରୁ ନକଲି ନୋଟ ଛାପିବା ପାଇଁ ବ୍ୟବହାର ହେଉଥିବା ପ୍ରିଣ୍ଟରକୁ ଜବତ କରାଯାଇଛି।

NIA

NIA

Advertisment

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଦେଶର ୪ଟି ସ୍ଥାନରେ ଏକକାଳୀନ ରେଡ କରିଛି। ଏହି ରେଡ ସମୟରେ ନକଲି ନୋଟ ରାକେଟର ପର୍ଦ୍ଦାଫାସ ହୋଇଛି। ରେଡ ବେଳେ ୬,୬୦୦ ଟଙ୍କାର ୫୦୦, ୨୦୦ ଓ ୧୦୦ ଟଙ୍କିଆ ନକଲି ନୋଟ ଜବତ ହୋଇଛି। ଏଥିସହ ନକଲି ନୋଟ ଛାପିବା ପାଇଁ ବ୍ୟବହୃତ ହେଉଥିବା ପେପର, ପ୍ରିଣ୍ଟର୍ସ ଓ ଡିଜିଟାଲ ଗ୍ୟାଜେଟ୍ସକୁ ଏନଆଇଏ ଜବତ କରିଛି।

Advertisment

ନକଲି ନୋଟ କାରବାର ସମ୍ପର୍କରେ ତଥ୍ୟ ମିଳିବା ପରେ ଏନଆଇଏ ନଭେମ୍ବର ୨୪ରେ ଆଇପିସିର ବିଭିନ୍ନ ଦଫାରେ ମାମଲା କରିଥିଲା। ସୀମା ପାର ନକଲି ନୋଟ କାରବାରରେ ସାମିଲ ଥିବା ସନ୍ଦେହରେ କିଛି ଲୋକଙ୍କୁ ଏନଆଇଏ ଟାର୍ଗେଟ କରିଥିଲା। ଏମାନେ ନକଲି ନୋଟ ପାଇଁ ଆବଶ୍ୟକ ସରଞ୍ଜାମ ପଡ଼ୋଶୀ ଦେଶରୁ ଆଣୁଥିବା ଏନଆଇଏ ଜାଣିବାକୁ ପାଇଥିଲା।

ଆଜି ଗୁପ୍ତ ସୂଚନା ମିଳିବା ପରେ ଏନଆଇର ଟିମ ଏକାଧିକ ରାଜ୍ୟରେ ଥିବା ମୁଖ୍ୟ ଅଭିଯୁକ୍ତମାନଙ୍କ ଠିକଣାରେ ରେଡ କରିଛି। ମହାରାଷ୍ଟ୍ରର କୋଲହାପୁରରେ ରହୁଥିବା ରାହୁଲ ତାନାଜି ପାଟିଲ, ୟାଭାତମଲ ଜିଲ୍ଲାର ଶିବା ପାଟିଲ, ଉତ୍ତର ପ୍ରଦେଶର ଶାହଜାହାନପୁରର ବିବେକ ଠାକୁର, କର୍ଣ୍ଣାଟାର ବଲ୍ଲାରିର ମହେନ୍ଦ୍ର ଓ ବିହାରର ରୋହତାସ ଜିଲ୍ଲାରେ ଥିବା ଶଶି ଭୂଷଣଙ୍କ ଠିକଣାରେ ଯାଞ୍ଚ କରାଯାଇଛି।

Advertisment

ବିବେକ ଠାକୁରଙ୍କ ଘରୁ ନକଲି ନୋଟ ଏନଆଇଏ ପାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ବିବେକ, ଶିବା ପାଟିଲ ଓ ଅନ୍ୟମାନେ ନକଲି ନୋଟ ଛାପୁଥିଲେ। ଏଥିପାଇଁ ପଡ଼ୋଶୀ ଦେଶରୁ ଛାପିବା ପାଇଁ ଆବଶ୍ୟକ ଜିନିଷ ଆଣୁଥିଲେ।

ଭାରତରେ ନକଲି ନୋଟ ଛାପିବା ପରେ ବିଭିନ୍ନ ରାଜ୍ୟକୁ ପଠାଉଥିଲେ। ଶିବା ପାଟିଲଙ୍କ ଘରୁ ନକଲି ନୋଟ ଛାପିବା ପାଇଁ ବ୍ୟବହାର ହେଉଥିବା ପ୍ରିଣ୍ଟରକୁ ଜବତ କରାଯାଇଛି।

ରାହୁଲ ତାନାଜି ପାଟିଲ ନକଲି ସିମ କାର୍ଡ ବ୍ୟବହାର କରୁଥିଲା। ଏହି ସିମ ବଳରେ ସେ ନକଲି ନୋଟ ଯୋଗାଣ ପ୍ରତିଶ୍ରୁତି ଦେଇ ବିଭିନ୍ନ ଲୋକଙ୍କ ଠାରୁ ଅସଲି ଟଙ୍କା ଗ୍ରହଣ କରୁଥିଲା। ଏମାନଙ୍କୁ ଏନଆଇଏ ଟିମ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe