Advertisment

ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ୍‌

ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପବିତ୍ର କରିବା ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି।

ଅଦ୍ୟତନ ହୋଇଛି
Nihang Sikh kills man

Nihang Sikh kills man

Advertisment

ଗୁରୁଦ୍ୱାରା ଭିତରେ ଘଟିଲା ଅଘଟଣ। ରକ୍ତ ରଞ୍ଜିତ ହେଲା ଶିଖମାନଙ୍କ ପବିତ୍ର ଧାର୍ମ ପୀଠ। ଗୁରୁଦ୍ୱାରା ଭିତରେ ପଶି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନିହାଙ୍ଗ ଶିଖ୍‌। ପଞ୍ଜାବର ଫଗବାଡ଼ାରେ ଘଟିଛି ଏଭଳି କିଛି ଚକିତ କଲା ଭଳି ଘଟଣା।

Advertisment

ପଞ୍ଜାବର ଗୁରୁଦ୍ୱାରା ଶ୍ରୀ ଚୌରା ଖୁହ ସାହିବ ଭିତରେ ପଶି ଜଣେ ଯୁବକଙ୍କୁ ନିହାଙ୍ଗ ଶିଖମାନେ ହତ୍ୟା କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଯାଇଛି। ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପବିତ୍ର କରିବା ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଫଗବାଡ଼ା ଏସ୍‌ପି ଗୁରପ୍ରିତ ସିଂହ କହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ଯୁବକଙ୍କୁ ହତ୍ୟା କରିଥିବା ନିହାଙ୍ଗ ଶିଖ ଜଣକ ରମନଦୀପ ସିଂହ ବୋଲି ଜଣାପଡିଛି। ସେ ନିଜେ ଏକ ଭିଡିଓ ଜାରି କରି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛନ୍ତି। ଯୁବକଙ୍କୁ ହତ୍ୟା କରିବା ପରେ ରମନଦୀପ ନିଜକୁ ଗୁରୁଦ୍ୱାରା ଭିତରେ ବନ୍ଦ କରି ରଖିଥିଲେ। ପରେ ପୁଲିସ ଏବଂ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଅଟକ ରଖାଯାଇଛି।

Advertisment

ଯଦି ଜଣେ ବ୍ୟକ୍ତି ଶିଖମାନଙ୍କ ପବିତ୍ର ଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବଙ୍କୁ ଦୁର୍ବ୍ୟବହାର, ଅପମାନିତ କିମ୍ବା ଅପବିତ୍ର କରିବାକୁ ଚେଷ୍ଟା କରେ, ତେବେ ଏହା ବଡ଼ ଅପରାଧ ବୋଲି ଧରାଯାଏ। ଏହା ବ୍ୟତୀତ ଗୁରୁଦ୍ୱାରାର ପବିତ୍ର ଭୂମି ଉପରେ କୌଣସି ଭୁଲ୍‌ କାମ ତଥା ନିଶାଦ୍ରବ୍ୟ ସେବନ କରନ୍ତି ତେବେ ଏହାକୁ ମଧ୍ୟ ଅପବିତ୍ର କରିବା ସହ ସମାନ ବୋଲି ବିଶ୍ୱାସ କରାଯାଏ। ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି। ନିହାଙ୍ଗ ଶିଖ୍‌ମାନେ ଗୁରୁଦ୍ୱାରା ଭିତରେ ପଶି ହିଂସା ମଧ୍ୟ ଘଟାଇ ସାରିଛନ୍ତି।

କିଏ ଏହି ନିହାଙ୍ଗ ଶିଖ?

ନିହାଙ୍ଗ ଶିଖମାନେ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତି ଏବଂ ସେମାନଙ୍କ ମୁଣ୍ଡରେ ପଗଡି ଥାଏ। ସେମାନେ ନିଜ ପାଖରେ ଖଣ୍ଡା, ଛୁରୀ ଓ କୃପାଣ ଭଳି ହତିଆର ରଖିଥାନ୍ତି। ଅନେକ କ୍ଷେତ୍ରରେ ନିହାଙ୍ଗ ଶିଖମାନେ ନିଜ ପାଖରେ ବନ୍ଧୁକ ମଧ୍ୟ ଧରିଥିବା ଦେଖିବାକୁ ମିଳିଛି। ଗୁରୁଦ୍ୱାରାକୁ ସରୁକ୍ଷିତ ରଖିବା ପାଇଁ ନିହାଙ୍ଗ ଶିଖ ସମ୍ପ୍ରଦାୟକୁ ପ୍ରତିଷ୍ଠା କରାଯାଇଥିଲା। ଏମାନଙ୍କୁ ଗୁରୁ ଫୌଜି ମଧ୍ୟ କୁହାଯାଏ ।

Punjab Gurdwara Nihang Sikh Sacrilege Punjab Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe