Advertisment

ନୀଳଗିରି ଡେପୁଟି କଲେକ୍ଟର ଗିରଫ

ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀ ଗିରଫ ହୋଇଛନ୍ତି।

ଅଦ୍ୟତନ ହୋଇଛି
Dy Collector Parikhita Jena

Dy Collector Parikhita Jena

Advertisment

୧ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଆଜି ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହା ସହିତ ଆହୁରି ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ କରୁଛି ଭିଜିଲାନ୍ସ।  

Advertisment

ପରୀକ୍ଷିତ ଜେନା ମୟୂରଭଞ୍ଜ ଜିଲ୍ଲା ସୁଳିଆପଡ଼ା ବିଡିଓ ଥିବା ବେଳେ ତାଙ୍କ ସହଯୋଗୀମାନଙ୍କ ସହିତ ମିଶି ଏହି ଅର୍ଥ ହଡ଼ପ କରିଥିଲେ। ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ମିନେରାଲ ବିୟରିଂ ଏରିଆ ଡେଭେଲପମେଣ୍ଟ କର୍ପୋରେସନ (OMBADC) ପାଣ୍ଠିରୁ ଶ୍ରୀ ଜେନା ଓ ତାଙ୍କ ସହଯୋଗୀମାନେ ୧ କୋଟି ୧୯ ଲକ୍ଷ ୭୯ ହଜାର ୭୮୮ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଉପରୋକ୍ତ ଦୁଇଟି ଆର୍ଥିକ ବର୍ଷରେ ସୁଳିଆପଡ଼ା ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାମ ନାଁରେ ଏହି ଅର୍ଥ ହଡ଼ପ କରାଯାଇଛି। ବାସ୍ତବରେ ସେଭଳି କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ନଥିଲା ବୋଲି ଭିଜିଲାନ୍ସର ଖୋଳତାଡ଼ ପରେ ଜଣାପଡ଼ିଛି। 

ଆଜି ଭିଜିଲାନ୍ସ ପକ୍ଷରୁ ପରୀକ୍ଷିତ ଜେନାଙ୍କର ବାଲିଗୋହିରି ସ୍ଥିତ ଭଡ଼ା ଘର ଓ ମୟୂରଭଞ୍ଜରେ ଥିବା ପୈତୃକ ଘର ସହିତ ମୋଟ ୬ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ OMBADC ପାଣ୍ଠିକୁ ସେ କେଉଁ କେଉଁ କାମ ପାଇଁ ଖର୍ଚ୍ଚ କରିଥିଲେ, ତା’ର କୌଣସି ପ୍ରକାର ପ୍ରମାଣ ଦେଇ ପାରି ନଥିଲେ। ସେହିପରି ଏହି ପାଣ୍ଠିରୁ ଅର୍ଥ ପାଇଥିବା ସୁଳିଆପଡ଼ା ବ୍ଲକର ପୂର୍ବତନ କ୍ୟାସିୟର ତଥା ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ତହସିଲର ରେଭିନ୍ୟୁ ସହାୟକ ଦେବଦତ୍ତ ଦାସ, ସୁଳିଆପଡ଼ା ବ୍ଲକର ଆସିଷ୍ଟାଣ୍ଟ କଂପ୍ୟୁଟର ପ୍ରୋଗ୍ରାମର ନିଗମ ପ୍ରସାଦ ପରିଡ଼ା,ସୁଜିତ କୁମାର ମହାନ୍ତି, ଅଖିଳ କୁମାର ଦାସ, ଦିବ୍ୟ ଲୋଚନ ଦାସ ଓ ମନୋଜ କୁମାର ଦେଓ ସରକାରଙ୍କ କୌଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଅବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବା ନେଇ ସରକାରୀ ନିର୍ଦ୍ଦେଶନାମାର ପ୍ରମାଣ ଦେଖାଇବାରେ ବିଫଳ ହୋଇଥିଲେ। ତେଣୁ ପରୀକ୍ଷିତ ଜେନାଙ୍କ ସହିତ ଦେବଦତ୍ତ ଦାସ, ସୁଜିତ କୁମାର ମହାନ୍ତି ଓ ଅଖିଳ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ଏହା ସହିତ ଅନ୍ୟ ଅଭିଯୁକ୍ତ- ୬ ଲକ୍ଷ ୮୪ ହଜାର ୭୬୦ ଟଙ୍କା ପାଇଥିବା ସୁଳିଆପଡ଼ା ବ୍ଲକର ଆସିଷ୍ଟାଣ୍ଟ କଂପ୍ୟୁଟର ପ୍ରୋଗ୍ରାମର ନିଗମ ପ୍ରସାଦ ପରିଡ଼ା, ୩ ଲକ୍ଷ ୩୦ ହଜାର ୫୦୦ ଟଙ୍କା ପାଇଥିବା ବାରିପଦାର ବିନ୍ଧାଣୀ କଂପ୍ୟୁଟରର ପ୍ରୋପାଇଟର, ୩ ଲକ୍ଷ ୫୦ ହଜାର ଟଙ୍କା ପାଇଥିବା ବରହମପୁରର ତ୍ରିଲୋଚନ ଟ୍ରେଡର୍ସର ପ୍ରୋପାଇଟର, ୧୦ ଲକ୍ଷ ଟଙ୍କା ପାଇଥିବା ଦିବ୍ୟଲୋଚନ ଦାସ ଓ ୮ ଲକ୍ଷ ୧୪ ହଜାର ୧୧୨ ଟଙ୍କା ପାଇଥିବା ମନୋଜ କୁମାର ଦେଓଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।      

Vigilance Net BDO Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe