Accused
ପାଇପ ଚୋରି କରୁଥିବା ଏକ ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ ଗିରଫ କରିଛି ସମ୍ବଲପୁର ପୁଲିସ। ଏମାନେ ମୁଖ୍ୟତଃ ରାଜ୍ୟ ସରକାରଙ୍କ RWSS ବିଭାଗର ପାଇପ ଗୁଡ଼ିକୁ ଟାର୍ଗେଟ କରୁଥିଲେ। ଯେଉଁ ସ୍ଥାନରେ RWSS ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାମ ଚାଲିଥାଏ, ସେହି ସ୍ଥାନରୁ ଏହି ଗ୍ୟାଙ୍ଗ ପାଇପ୍ ଚୋରି କରିଥାଏ।
ହୀରାକୁଦ ଥାନାରେ ଏଭଳି ଏକ ଚୋରି ନେଇ ରୁଜୁ ହୋଇଥିବା ମାମଲାର ତଦନ୍ତ କରୁଥିବା ବେଳେ ପୁଲିସ ଏହି ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ ଧରିଛି। ତା’ ମଧ୍ୟରେ ଗ୍ୟାଙ୍ଗର ମୁଖ୍ୟ ମଧ୍ୟ ରହିଛି। ସେମାନଙ୍କ ଠାରୁ ୩୧ଟି ଡିଆଇ ପାଇପ, ୧୦ଟି ମୋବାଇଲ ଫୋନ, ଗୋଟିଏ ଟ୍ରକ, ଦୁଇଟି କାର ଓ ନଗଦ ୮୭ ହଜାର ଟଙ୍କା ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସମ୍ବଲପୁରର ଭୂତାପଦର ଅଞ୍ଚଳର ୩୨ ବର୍ଷୀୟ ମହମ୍ମଦ ଇମ୍ରାନ ଓରଫ ମୁନା (ଗ୍ୟାଙ୍ଗ୍ ଲିଡର), ହୀରାକୁଦ ଥାନା ଅଞ୍ଚଳର ବାସୁଦେବ ଓରାମ (୩୧), ଯଶୋବନ୍ତ ଭୋଇ (୩୧), ସମ୍ବଲପୁର ଟାଉନ ଥାନା ଅଞ୍ଚଳର ବିକାଶ ଦାସ (୨୭), ସମ୍ବଲପୁରର କ୍ଷେତରାଜପୁର ଅଞ୍ଚଳର କାଲୁ ଓରଫ ଫିରୋଜ ଖାନ (୪୫), ପଶ୍ଚିମବଙ୍ଗର ଅମିତ ସାମନ୍ତ (୪୭), କଟକର ସନ୍ଦୀପ କୁମାର ଅଗ୍ରୱାଲ, ଛତିଶଗଡ଼ର ରାୟପୁରର ସଞ୍ଜୀବ ପଣ୍ଡିତ (୪୧) ଓ ଅନୀଲ ପାନସରୀ (୫୨)।
ଜବତ ପାଇପ ଓ ଟ୍ରକ୍ ପୁଲିସ ପକ୍ଷରୁ କୁହାଯାଇଛି, ଏହି ଅଭିଯୁକ୍ତମାନେ ମୁଖ୍ୟତଃ RWSS ବିଭାଗର ପାଇପ ଗୁଡ଼ିକୁ ଚୋରି ବିକ୍ରି କରୁଥିଲେ। ଗ୍ୟାଙ୍ଗର କିଛି ସଦସ୍ୟ ଭିନ୍ନ ଭିନ୍ନ ଜିଲ୍ଲାକୁ ଯାଇ ରେକି କରୁଥିଲେ। ତା’ପରେ ସେମାନେ ପାଇପ ଚୋରି କରିବାକୁ ଯୋଜନା କରୁଥିଲେ। ପାଇପ ଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ସେମାନେ ଟ୍ରକ୍ ବ୍ୟବହାର କରୁଥିଲେ। ପାଇପ ଗୁଡ଼ିକୁ ସେମାନେ ବାହାର ରାଜ୍ୟକୁ ନେଇ ବିକ୍ରି କରୁଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ଗ୍ୟାଙ୍ଗ ବୌଦ୍ଧ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାର ୩୦ଟି ସ୍ଥାନରୁ ପାଇପ ଚୋରି କରିଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accused_1692364431.jpg)