Advertisment

ରଙ୍ଗୀଲା ବିଲ୍‌ଡର ନାଁରେ ୨୧ ମାମଲା; ମାଡ଼ି ବସିଲା ପୁଲିସ୍‌

ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ କହିବା ଅନୁସାରେ ନିରଞ୍ଜନଙ୍କଠାରୁ ନଗଦ ୩ ଲକ୍ଷ ୯୨ ହଜାର ନଗଦ ଟଙ୍କା, ଗୋଟିଏ ଦାମୀ କାର ଓ ୨ଟି ମୋବାଇଲ ଜବତ କରାଯାଇଛି।

Niranjan Rana

Niranjan Rana

Advertisment

ଜମି ଓ ଫ୍ଲାଟ୍‌ ଦେବ କହି ରାଜଧାନୀ ଭୁବନେଶ୍ୱରରେ କୋଟି କୋଟି ଟଙ୍କା ଠକେଇ କରିଥିଲା ରଙ୍ଗୀଲା ବିଲ୍‌ଡର। ହେଲେ ଲୋକଙ୍କୁ ଘର କ’ଣ ଦେବ ସେହି ଅର୍ଥରେ ଓଡ଼ିଆ ଫିଲ୍ମ ଶୁଟିଂ କରୁଥିଲା। ଆଉ ଅୟସ୍‌ କରୁଥିଲା। ୨୧ ମାମାଲା ରୁଜୁ ହେବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତା’ପାଖରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି।

Advertisment

ସେହି ରଙ୍ଗୀଲା ବିଲ୍‌ଡର ହେଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା। ତାଙ୍କ ଘର ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ। ସିଏ ମାଆ ତାରେଣୀ ଇଷ୍ଟକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ କରିଥିଲେ। ଆଉ ଫେକ୍‌ କାଗଜପତ୍ର ଜମି ଓ ଫ୍ଲାଟ୍‌ ଦେବେ ବୋଲି କହି ଲୋକଙ୍କୁ ଠକୁଥିଲେ। ଏମିତିକି ଗୋଟିଏ ଗୋଟିଏ ଫ୍ଲାଟ୍‌କୁ ବିଭିନ୍ନ ଲୋକଙ୍କୁ ବିକ୍ରି କରି ମାଲାମାଲ୍‌ ହେଉଥିବା ଅଭିଯୋଗ ହେଉଥିଲା। କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ଧରାଛୁଆଁ ଦେଉନଥିଲେ।

ଠକାମୀରେ ଶିକାର ହୋଇଥିବା ଲୋକମାନେ ଏନେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ ନିରଞ୍ଜନ ରଣାଙ୍କ ନାଁରେ ବିଭିନ୍ନ ଥାନାରେ ୨୧ଟି ମାମଲା ରହିଛି। ହେଲେ ବାବୁ ନିରଞ୍ଜନ ଧରାଛୁଆଁ ଦେଉନଥିଲେ। ଏଥିପାଇଁ ବିଭିନ୍ନ କୋର୍ଟ ତାଙ୍କ ନାଁରେ ୭ଟି ଜାମିନ୍‌ ବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା ଭୁବନେଶ୍ୱର କମିଶରେଟ୍‌ ପୁଲିସ୍‌।

Advertisment

ନିରଞ୍ଜନ ରଣା ବୁଧବାର ମୁମ୍ୱାଇରୁ ଘରକୁ ଆସିଥିବା ବେଳେ ମାଡ଼ି ବସିଥିଲା କମିଶନରେଟ୍‌ ପୁଲିସ୍‌। ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ କହିବା ଅନୁସାରେ ନିରଞ୍ଜନଙ୍କଠାରୁ ନଗଦ ୩ ଲକ୍ଷ ୯୨ ହଜାର ନଗଦ ଟଙ୍କା, ଗୋଟିଏ ଦାମୀ କାର ଓ ୨ଟି ମୋବାଇଲ ଜବତ କରାଯାଇଛି। ଜମି ଜାଲିଆତି ନେଇ ମୋବାଇଲରେ ବହୁ ତଥ୍ୟ ରହିଛି। ଏହା ଉପରେ ତର୍ଜମା କରାଯାଉଛି। ଅଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ୍‌ ଅଣାଯାଇ ଜେରା କରାଯିବ ବୋଲି ଡିସିପି କହିଛନ୍ତି।

ଜମି ଓ ଫ୍ଲାଟ୍‌ ଦେବାକୁ କହି ଲୋକଙ୍କଠାରୁ ଠକି ନେଇଥିବା ଟଙ୍କା ଅୟସ୍‌ କରୁଥିଲେ ନିରଞ୍ଜନ ରଣା। ମିଳିଥିବା ସୂଚନା ଅନୁସାରେ ସେ ବିଗ୍‌ ବଜେଟ୍‌ରେ ଓଡ଼ିଆ ଫିଲ୍ମ ନିର୍ମାଣ କରୁଥିଲେ। ତାଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଫିଲ୍ମ ଗୁଡ଼ିକ ହେଲା; ହରିଭାଇ ହାରେନା, ଯେ ପାଞ୍ଚେ ପରର ମନ୍ଦ, ରକତେ ଲେଖିଛି ନାଁ, ଟାର୍ଗେଟ ଓ ପହିଲି ରଜ ପରି ଓଡ଼ିଆ ଫିଲ୍ମ ନିର୍ମାଣ କରିଛନ୍ତି।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe