/odisha-reporter/media/post_attachments/uploads/2015/10/kalyanshingpur.jpg)
kalyanshingpur
କଲ୍ୟାଣସିଂହପୁର: ନିୟମଗିରିରେ ଜଣେ ଡଙ୍ଗରିଆ କନ୍ଧ ଯୁବକଙ୍କୁ ହତ୍ୟା ପରେ ଅଞ୍ଚଳରେ ଅଶାନ୍ତ ହୋଇ ଉଠିଛି । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ର ପାରସାଲି ପଞ୍ଚାୟତର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଘଟି ୩ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଅଞ୍ଚିଳରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତ ୩ ତାରିଖରେ ସମନାଥ କାଡ୍ରାକା ନାମକ ଜଣେ ଡଙ୍ଗରିଆ ବାଉଁଶ ବିକ୍ରି କରି ଫେରୁଥିବ ବେଳେ ତୁଟା ଗାଁର ଦୁଇଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛଇ । ଏହାକୁ ନେଇ ପାହାଡ଼ର ତଳ ଅଞ୍ଚଳର ୫ଟି ଗାଁ ଓ ଉପର ଅଞ୍ଚଳର ୫ଟି ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ତେବେ ପଞ୍ଚୟତରେ ଚାଉଳ ବଣ୍ଟନ ବେଳେ ତଳ ଅଞ୍ଚଳର ଲୋକେ ପଞ୍ଚାୟତ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ପିଅନଙ୍କ ସହ ୩ଜଣ ଗୁରୁତର ଆହାତ ହୋଇଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
