Advertisment

ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲାନି ବେଲ୍‌, ୧୪ ଦିନ ପାଇଁ ରିମାଣ୍ଡରେ ଗଲେ

ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି।

ଅଦ୍ୟତନ ହୋଇଛି
TDP

TDP

Advertisment

ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ (ଏସିବି)ର ଗୋଟିଏ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି।

Advertisment

ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ନ୍ୟାୟିକ ରିମାଣ୍ଡର ଅର୍ଥ ସିଆଇଡି ତାଙ୍କୁ ହାଜତ ଭିତରେ ହିଁ ଜେରା କରିବ। ୩୭୧ କୋଟି ଟଙ୍କାର ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ଘଟଣାରେ ସିଆଇଡି ଚନ୍ଦ୍ରବାବୁଙ୍କୁ ଶନିବାର ଗିରଫ କରିଥିଲା।

ଏହାକୁ ନେଇ ଆନ୍ଧ୍ର ରାଜନୀତି ସରଗରମ ହୋଇ ଉଠିଛି। କ୍ଷମତାସୀନ ଜଗନ ମୋହନ ରେଡ୍ଡୀ ସରକାର ପୂର୍ବାଗ୍ରହ ରଖି ଏପରି ଗିରଫଦାରୀ କରିଥିବା ନାଇଡୁଙ୍କ ଦଳ ଟିଡିପି ଅଭିଯୋଗ କରିଛି। ତେବେ ଏହାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି।

Advertisment

୨୦୧୪ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନ ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କୁ ତାଲିମ ଦେବା। ତେବେ ଏହି କାର୍ଯ୍ୟକ୍ରମରେ ୩୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୪ରୁ ୨୦୧୯ ଯାଏ ଚନ୍ଦ୍ରବାବୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଇସାରାରେ ସବୁ କିଛି ହୋଇଥିବା କୁହାଯାଉଛି।

ଏଥିପାଇଁ ତାଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୪୨୦ ଓ ୪୬୫ରେ ମାମଲା ହୋଇଛି। ସିଆଇଡି ତାଙ୍କ ନାଁରେ ଦୁର୍ନୀତି ନିରୋଧ ଆଇନର ବିଭିନ୍ନ ଦଫା ମଧ୍ୟ ଲଗାଇଛି।

Andhra Pradesh TDP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe