Advertisment

ଗିରଫ ବିଟ୍ଟୁ ବଜରଙ୍ଗୀ ଠାରୁ ଦୂରତା ଅବଲମ୍ବନ କଲା ବିଶ୍ୱ ହିନ୍ଦୁ ପରିଷଦ

ଜୁଲାଇ ୩୧ ନୁହ ହିଂସାକାଣ୍ଡ ଘଟଣାରେ ପୁଲିସ୍‌ ବଜରଙ୍ଗୀକୁ ମଙ୍ଗଳବାର ଗିରଫ କରିଥିଲା। ଏସ୍‌ପି ଉଷା କୁଣ୍ଡୁଙ୍କ ଅଭିଯୋଗକ୍ରମେ ବଜରଙ୍ଗୀ ଓ ଆଉ ୧୫ରୁ ୨୦ ଜଣଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା।

VHP

VHP

Advertisment

ହରିଆଣାର ନୁହ୍‌ ସାଂପ୍ରଦାୟିକ ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ତଥାକଥିତ ଗୋ ରକ୍ଷାକାରୀ ବିଟ୍ଟୁ ବଜରଙ୍ଗୀ ଠାରୁ ଦୂରତା ଅବଲମ୍ବନ କରିଛି ବିଶ୍ୱ ହିନ୍ଦୁ ପରିଷଦ। ବିଟ୍ଟୁ ସହ ସଂଗଠନର କୌଣସି ପ୍ରକାରର ଲିଙ୍କ ନଥିବା ଭିଏଚପି ସଫେଇ ଦେଇଛି।

Advertisment

ଏହି ଦକ୍ଷିଣପନ୍ଥୀ ସଂଗଠନ ଗୋଟିଏ ବିବୃତିରେ କହିଛି ଯେ “ରାଜ କୁମାର ଓରଫ ବିଟ୍ଟୁ ବଜରଙ୍ଗୀକୁ ବଜରଙ୍ଗ ଦଳର କର୍ମକର୍ତ୍ତା ଭାବେ ଚତ୍ରଣ କରାଯାଉଛି। କିନ୍ତୁ ଉକ୍ତ ବ୍ୟକ୍ତର ସମ୍ପର୍କ ବଜରଙ୍ଗ ଦଳ ସହ ନାହିଁ। ସେ ଜାରି କରିଥିବା ଭିଡିଓର ବିଷୟବସ୍ତୁ ସହ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ଏକମତ ନୁହେଁ। ଉକ୍ତ ଭିଡିଓକୁ ସଂଗଠନ ଠିକ ନୁହେଁ ବୋଲି କହିବାକୁ ଚାହୁଁଛି।” ଭିଏଚ୍‌ପିର ଯୁବ ସଂଗଠନ ହେଉଛି ବଜରଙ୍ଗ ଦଳ।

ଜୁଲାଇ ୩୧ ନୁହ ହିଂସାକାଣ୍ଡ ଘଟଣାରେ ପୁଲିସ୍‌ ବଜରଙ୍ଗୀକୁ ମଙ୍ଗଳବାର ଗିରଫ କରିଥିଲା। ଏସ୍‌ପି ଉଷା କୁଣ୍ଡୁଙ୍କ ଅଭିଯୋଗକ୍ରମେ ବଜରଙ୍ଗୀ ଓ ଆଉ ୧୫ରୁ ୨୦ ଜଣଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା। ବଜରଙ୍ଗୀକୁ ଜେରା କରାଯିବା ପରେ ପୁଲିସ ମଙ୍ଗଳବାର ତାକୁ ଗିରଫ କରିଥିଲା। 

Advertisment

ପୁଲିସ୍‌ କହିଛି ଯେ ବଜରଙ୍ଗୀ ହେଉଛି ଗୋରକ୍ଷା ବଜରଙ୍ଗ ଫୋର୍ସ ନାମକ ଗୋଟିଏ ସଂସ୍ଥାର ସଭାପତି। ଫରିଦାବାଦରୁ ତାଉରୁ କ୍ରାଇମ ଇନଭେଷ୍ଟିଗେସନ ଏଜେନ୍ସି ତାକୁ ଧରିବା ପରେ ଜେରା ଆରମ୍ଭ କରିଥିଲା। ହିଂସାରେ ତା’ର ଭୂମିକା ଥିବା ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଛି।

ବଜରଙ୍ଗୀ ନାଁରେ ଆଇପିସିର ଧାରା ୧୪୮, ୩୩୨, ୩୫୩, ୧୮୬, ୩୯୫, ୩୯୭ ଓ ୫୦୬ ସମେତ ଆର୍ମସ ଆକ୍ଟରେ ମାମଲା କରାଯାଇଛି। ବଜରଙ୍ଗୀ ଓ ତା’ର ସମର୍ଥକମାନେ ବେଆଇନ ଅସ୍ତ୍ରଶସ୍ତ୍ର ଧରି ଭିଏଚ୍‌ପିର ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏହି ଶୋଭାଯାତ୍ରା ଉପରେ ଜୁଲାଇ ୩୧ରେ ଆକ୍ରମଣ ହୋଇଥିଲା। ଏହାପରେ ସଂଘର୍ଷ ଦେଖାଯାଇଥିଲା। ଏଥିରେ ୨ ଜଣ ଗୃହରକ୍ଷୀ, ଜଣେ ମୌଲବୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ନୁହ ସମେତ ଆଖପାଖ ଅଞ୍ଚଳରେ ସାଂପ୍ରଦାୟିକ ସଂଘର୍ଷ ଦେଖିବାକୁ ମିଳିଥିଲା।

Haryana Clashes VHP Communal Clashes In Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe