Advertisment

‘ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ, ଚୋରା ମଦ କାରବାର ବି ବନ୍ଦ ହେବ’

ଆଇନ୍‌ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବନି । ଯେଉଁ ମଦନୀତି ଥିଲା ତାହାକୁ ସାବଲୀଳ କରାଯିବ ।

author-image
Niharika Rout
Law Minister & LIQUOR Shop

Law Minister & LIQUOR Shop

‘ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ଏଥିସହ ଚୋରା ମଦ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହେବ । ଏଥିପାଇଁ ଅବକାରୀ ନୀତିରେ ଆମୁଳଚୁଳ ପରିବର୍ତ୍ତନ କରାଯିବା ସହ ତାହାକୁ ଆହୁରି କଡ଼ାକଡ଼ି କରାଯିବ ।’ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Advertisment

ଆଜି ଗଣମାଧ୍ୟମ ସହ ଆଲୋଚନା ବେଳେ ଆଇନ୍‌ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବନି । ଯେଉଁ ମଦନୀତି ଥିଲା ତାହାକୁ ସାବଲୀଳ କରାଯିବ । ବର୍ତ୍ତମାନ ପ୍ରଚଳିତ ମଦ ନୀତିରେ ଥିବା ସମସ୍ୟାକୁ ସୁଚାରୁ ରୂପେ ସମାଧାନ କରାଯିବା ଦିଗରେ ପ୍ରଚେଷ୍ଟା କରାଯାଉଛି ।

ଏଥିସହ ସେ କହିଛନ୍ତି, ଏହି ନିୟମ ଅନ୍ତରୀଣ ଭାବେ ୭ ମାସ ପାଇଁ ଲାଗୁ କରାଯାଉଛି। ଆସନ୍ତା ବର୍ଷରେ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଅବକାରୀ ନୀତି ପ୍ରଣୟନ କରାଯିବ ସେଥିରେ ଆମୁଳଚୁଳ ପରିବର୍ତ୍ତନ କରାଯିବ ।

Advertisment

ରାଜ୍ୟରେ ଚୋରା ମଦ କାରବାର ସବୁବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ତେଣୁ ଚୋରାମଦ ବିକ୍ରି ବନ୍ଦ କରିବା ଆମ ସମ୍ମୁଖରେ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ମନ୍ତ୍ରୀ ।

ତେଣୁ ଆସନ୍ତା ବର୍ଷ ଲାଗୁ ହେବାକୁ ଥିବା ଅବକାରୀ ନିୟମରେ ଅବକାରୀ ନୀତିକୁ ଆହୁରି କଡ଼ାକଡ଼ି କରାଯିବ । ନୂଆ ମଦ ନୀତିରେ ଓଡ଼ିଶାରେ ଚୋରା ମଦ ସଂପୂର୍ଣ୍ଣ ବନ୍ଦ ହେବ । ରାଜ୍ୟରେ ଯେପରି ଆଉ ଚୋରା ମଦ ନ ହୋଇ ପାରିବ ସେ ଦିଗରେ ତୀକ୍ଷଣ ଦୃଷ୍ଟି ଦିଆଯିବା ସହ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।  ।

Kerala Liquor Factory