Advertisment

‘ପତ୍ନୀଙ୍କ ସହ ଅପ୍ରାକୃତିକ ସମ୍ପର୍କ ଅପରାଧ ନୁହଁ’

ସ୍ୱାମୀ ବଳାତ୍କାର କରିବା ସହ ଜୋରଜବରଦସ୍ତି ଅପ୍ରାକୃତିକ ସମ୍ପର୍କ ରଖିବା, ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା, ନିଷ୍ଠୁରତା ଆଚରଣ କରିବା ଆଦି ନେଇ ଅଭିଯୋଗ କରିଥିଲେ ମହିଳାଜଣକ ।

author-image
Niharika Rout
ଅଦ୍ୟତନ ହୋଇଛି
Husband & wife

Husband & wife

ବିବାହ ଏକ ସାମାଜିକ ଅନୁଷ୍ଠାନ। ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପତିପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଅଥବା ଯୌନ ସମ୍ବନ୍ଧ ରହିବା ସାଧାରଣ ଘଟଣା। ଏହା ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଦର୍ଶାଉଥିବା ବେଳେ ବଂଶ ବୃଦ୍ଧି ପାଇଁ ମଧ୍ୟ ଏହା ଅତ୍ୟାବଶ୍ୟକ। ତେଣୁ ଏହା ଉଭୟଙ୍କ ପାଇଁ ଅତି ଗୋପନୀୟ ହୋଇଥିବା ବେଳେ ଏଥିରେ କୌଣସି ସୀମା ନ ଥାଏ। ଏହା ପାରସ୍ପରିକ ମାମଲା ହୋଇଥିବାରୁ ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ ଅପ୍ରାକୃତିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ଆଣିବା ଯୁକ୍ତିଯୁକ୍ତ ନୁହେଁ। ଏପରିକି ଯୌନ ସମ୍ପର୍କ ରଖିବା ନିମନ୍ତେ ପତିପତ୍ନୀଙ୍କୁ ପରସ୍ପରର ଅନୁମତି ନେବାର ଆବଶ୍ୟକତା ନାହିଁ।

Advertisment

ଏକ ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଂହାର ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ନେଇ ତାଙ୍କ ଦ୍ୱିତୀୟ ପତ୍ନୀ ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଏହା ଉଭୟଙ୍କ ବ୍ୟକ୍ତିଗତ ମାମଲା ହୋଇଥିବା ବେଳେ ଏଥିରେ ଅପ୍ରାକୃତିକ କିଛି ନ ଥିବା କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି।

ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଂହାରଙ୍କ ବିରୋଧରେ ତାଙ୍କ ଦ୍ୱିତୀୟ ପତ୍ନୀ ଗତବର୍ଷ ନଭେମ୍ବରରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କୁ ବଳାତ୍କାର କରିବା ସହ ଜୋରଜବରଦସ୍ତି ଅପ୍ରାକୃତିକ ସମ୍ପର୍କ ରଖିବା, ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା, ନିଷ୍ଠୁରତା ଆଚରଣ କରିବା ଆଦି ନେଇ ଅଭିଯୋଗ କରିଥିଲେ।

Advertisment

ଏହି ମାମଲାରେ ଅନ୍ତରୀଣ ଜାମିନ ପାଇଁ ଉମଙ୍ଗ ସିଂହାର ଇନ୍ଦୋରସ୍ଥିତ ଏକ ସ୍ପେଶାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ସେଠାରୁ ସେ ନିରାଶ ହୋଇଥିଲେ। ଏହାପରେ ସେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ଗତ ମାର୍ଚ୍ଚରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏବେ ଏହି ମାମଲା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏହି ମାମଲାର ଶୁଣାଣି କରି ବିଚାରପତି ସଞ୍ଜୟ ଦ୍ୱିବେଦୀ କହିଛନ୍ତି, ଅଭିଯୁକ୍ତ ଓ ଆବେଦନକାରୀ ଉଭୟ ପତିପତ୍ନୀ। ଶାରୀରିକ ସୁଖ ପ୍ରାପ୍ତ କରିବା ଉଭୟଙ୍କ ବ୍ୟକ୍ତିଗତ ବ୍ୟାପାର ହୋଇଥିବା ବେଳେ ସେଥିରେ କୌଣସି ସୀମା ଧାର୍ଯ୍ୟ କରାଯାଇନି। ତେଣୁ ସମ୍ପର୍କ ସ୍ଥାପନ ନିମନ୍ତେ ଉଭୟଙ୍କୁ ପରସ୍ପରର ଅନୁମତି ନେବାର ଆବଶ୍ୟକତା ନାହିଁ। ଏହା ସେମାନଙ୍କର ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇଥିବା ବେଳେ ଏଥିରେ ଆଶ୍ଚର୍ଯ୍ୟ ହେବା ପରି କିଛି ନାହିଁ। ଏଥିସହ ଆଇନରେ କେଉଁଠି ଅପ୍ରାକୃତିକ ସମ୍ବନ୍ଧର ସଂଜ୍ଞା ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।

ଏଥିସହ ଜଷ୍ଟିସ ଦ୍ୱିବେଦୀ କହିଛନ୍ତି, ଯଦି ଗର୍ଭଧାରଣ ପାଇଁ ଉଦ୍ଦିଷ୍ଟ ଶାରୀରିକ ସମ୍ପର୍କକୁ ଆମେ ସାମାନ୍ୟ ସମ୍ପର୍କ ବୋଲି କହିବା, ତେବେ ଯେଉଁ କ୍ଷେତ୍ରରେ ପିଲା ଜନ୍ମ ନିମନ୍ତେ ଦମ୍ପତି ଅକ୍ଷମ, ସେତେବେଳେ ତାଙ୍କ ସମ୍ପର୍କକୁ କ’ଣ କୁହାଯିବ।

ଅଭିଯୁକ୍ତ ଜଣକ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ପୂର୍ବରୁ ବିବାହିତ ଥିଲେ। ଏହା ଜାଣି ମଧ୍ୟ ମହିଳା ଜଣକ ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ବେଳେ ମହିଳା ଜଣକ ଥାନା, କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ମାତ୍ର ସେ ନିଜ ଅଭିଯୋଗପତ୍ରରେ ତାଙ୍କ ପ୍ରତି ହୋଇଥିବା ଅପରାଧିକ କାର୍ଯ୍ୟକଳାପ ନେଇ ନିର୍ଦ୍ଦିଷ୍ଠ ତାରିଖ କିମ୍ବା ସ୍ଥାନ ସମ୍ପର୍କରେ ଉଲ୍ଲେଖ କରି ନାହାନ୍ତି। ଏଥିସହ ଯୌତୁକ ନିମନ୍ତେ ମଧ୍ୟ ନିର୍ଯାତନା ଦିଆଯାଉଥିବା ନେଇ କୌଣସି ଅଭିଯୋଗ ହୋଇନି। ତେଣୁ ଏହାକୁ ଯୁକ୍ତିଯୁକ୍ତ ବୋଲି କୋର୍ଟ ଗ୍ରହଣ କରି ପାରୁ ନ ଥିବା କହି ଏହି ମାମଲାକୁ ରଦ୍ଦ କରିଛନ୍ତି ବିଚାରପତି।

High Court Madhya Pradesh Judgement