Advertisment

୪୫ ଦିନ ହେବ ଶୋଇନାହିଁ ଲେଖି ଝୁଲି ପଡିଲେ ବଜାଜ କମ୍ପାନୀ କର୍ମଚାରୀ

ଅତ୍ୟଧିକ କାର୍ଯ୍ୟଚାପ କାରଣରୁ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି।

ଅଦ୍ୟତନ ହୋଇଛି
Tarun Saxena

Tarun Saxena

Advertisment

କର୍ମକ୍ଷେତ୍ରରେ କାର୍ଯ୍ୟଚାପ ଏବେ ଆଉ ଏକ ସମସ୍ୟା ଭାବେ ଉଭା ହେଲାଣି। ଅତ୍ୟଧିକ କାର୍ଯ୍ୟଚାପ କାରଣରୁ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ଏହିକ୍ରମରେ ଆଜି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ଝାନ୍ସିରେ ଜଣେ ବଜାଜ ଫାଇନାନ୍ସ କମ୍ପାନୀର କର୍ମଚାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ମୃତକ ଜଣକ ହେଉଛନ୍ତି ୪୨ ବର୍ଷୀୟ ତରୁଣ ସାକ୍ସେନା। ସେ ବଜାଜ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଆଜି ଏକ କୋଠରୀରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟା ପୂର୍ବରୁ ସେ ଅନ୍ୟ ଏକ କୋଠରୀରେ ସ୍ତ୍ରୀ ଏବଂ ପିଲାମାନଙ୍କୁ ତାଲା ପକାଇ ଦେଇଥିଲେ।

ତରୁଣଙ୍କ ରୁମରୁ ଏକ ସୁଇସାଇଡ ନୋଟ୍ ମିଳିଛି, ଯେଉଁଥିରେ ସେ କାର୍ଯ୍ୟଚାପରେ ରହିଥିବା କହିଛନ୍ତି। ସେ କହିଛନ୍ତି,"ମୁଁ ୪୫ ଦିନ ଶୋଇନାହିଁ। ସିନିୟର ଷ୍ଟାଫ୍ ଟାର୍ଗେଟ୍ ପୂରଣ କରିବାକୁ ବାଧ୍ୟ କରୁଛନ୍ତି। ଉପର ଅଫିସର କହୁଛନ୍ତି ଟାର୍ଗେଟ ପୂରଣ ନ ହେଲେ, ଦରମା କାଟିଦେେ।" ଚାକିରି ଚାଲିଯିବା ଭୟରେ ସେ ଚାପରେ ଥିବା ସୁଇସାଇଡ ନୋଟରେ ଲେଖିଛନ୍ତି। 

Advertisment

ଏହା ବ୍ୟତୀତ ସୁଇସାଇଡ ନୋଟରେ ପରିବାର ବର୍ଗଙ୍କୁ ସ୍ତ୍ରୀ-ପିଲାଙ୍କର ଯତ୍ନ ନେବାକୁ ନିବେଦନ କରିଛନ୍ତି ତରୁଣ। ସେମାନଙ୍କୁ ଇନ୍ସୁରାନ୍ସ ଟଙ୍କା ଯୋଗାଇ ଦେବା ସହ ଉପର ମହଲା ଘର କରାଇଦେବାକୁ କହିଛନ୍ତି। ଯେପରି ତାଙ୍କ ପିଲାମାନଙ୍କର କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଧ୍ୟାନ ଦେବାକୁ ପରିବାର ଏବଂ ସମ୍ପର୍କୀୟଙ୍କୁ ଅନୁରୋଧ କରି ଆତ୍ମହତ୍ୟା କରିଛନ୍ତି ତରୁଣ ସାକ୍ସେନା।

ତେବେ କିଛି ଦିନ ହେବ ଏପରି ମାମଲା ବଢିଚାଲିଛି। ନିକଟରେ ଚେନ୍ନାଇର ଜଣେ ସଫ୍ଟୱେୟର ଇଞ୍ଜିନିୟର କାର୍ଯ୍ୟଭାରକୁ ଦାୟୀ କରି ଆତ୍ମହତ୍ୟା କରିଥିଲେ। ସେହିପରି ଅର୍ନଷ୍ଟ ଆଣ୍ଡ ୟଙ୍ଗ କମ୍ପାନୀରେ କାମ କରୁଥିବା ଜଣେ ୨୬ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। କାମ ଚାପରେ ଖାଇବା-ପିଇବାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ତଦନ୍ତ ଚାଲିଛି। 

Bajaj Staff Work Pressure Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe