Advertisment

'ଏମିତି କେତେ ଦିନ ମୋ ଟଙ୍କାରେ ମଦ ପିଇବ...' ଏତିକି କହିବାରୁ ସାଙ୍ଗକୁ ମାରି ପୋତିଦେଲେ

ସାଙ୍ଗକୁ ହତ୍ୟା କରିବା ପରେ ରଚିଥିଲେ ଅପହରଣର ନାକଟ, କରୁଥିଲେ ୬ କୋଟି ଟଙ୍କାର ଡିମାଣ୍ଡ।

Yash Mittal's File Photo

Yash Mittal's File Photo

Advertisment

ନୋଏଡ଼ାର ଜଣେ ବିବିଏ ଛାତ୍ର ନିଖୋଜ ମାମଲାର ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ। ଛାତ୍ରଙ୍କୁ ଅନ୍ୟ କେହି ନୁହେଁ, ବରଂ ନିଜର ଚାରି ଜଣ ସାଙ୍ଗ ଅହପରଣ କରି ହତ୍ୟା କରିଥିବା ପୁଲିସ ପର୍ଦ୍ଦାଫାସ କରିଛି। ପାର୍ଟିରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଏପରି କାଣ୍ଡ ଭିଆଇଛନ୍ତି କଲେଜରେ ପାଠ ପଢୁଥିବା ଛାତ୍ର।

Advertisment

ପୁଲିସର ସୂଚନା ଅନୁସାରେ, ମୃତ ଛାତ୍ର ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ଅମରୋହାର ୟଶ ମିତ୍ତଲ। ତାଙ୍କ ବାପା ଦିଲ୍ଲୀପ ମିତ୍ତଲ ଜଣେ ବ୍ୟବସାୟୀ। ୟଶ ଦିଲ୍ଲୀର ଏକ ୟୁନିଭରସିଟିରେ ବିବିଏ ପଢୁଥିଲେ। ସୋମବାର୍ ତାଙ୍କୁ ଅପହରଣ କରାଯାଇଥିବା ନେଇ ପୁଲିସରେ ଖବର ଦେଇଥିଲେ ତାଙ୍କ ବାପା। ପୁଅକୁ ଛାଡିବା ବଦଳରେ ଦୁର୍ବୃତ୍ତମାନେ ୬ କୋଟି ଟଙ୍କା ଦାବି କରୁଥିବା ସେ ପୁଲିସକୁ ଜଣାଇଥିଲେ। 

ଅଭିଯୋଗ କ୍ରମେ ପୁଲିସ ଏକ ସ୍ପେଶାଲ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଫେବୃଆରୀ ୨୬ ସନ୍ଧ୍ୟାରେ ୟଶଙ୍କୁ ଶେଷ ଥର ପାଇଁ ଫୋନରେ କଥା ହୋଇ କେଉଁ ଆଡେ ଯାଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ପୁଲିସ ଏହି ସମୟର ଶେଷ କଲକୁ ତଦନ୍ତ ପରିସରଭୁକ୍ତ କରିଥିଲା। ଶେଷ ଥର ପାଇଁ ୟଶ ତାଙ୍କ ସାଙ୍ଗ ରଚିତ ସହ କଥା ହୋଇଥିବା ଜଣାପଡିଥିଲା।

Advertisment

ଏହାପରେ ରଚିତଙ୍କୁ ଜେରା କରିଥିଲା ପୁଲିସ। ଜେରା ସମୟରେ ରଚିତ ସବୁ ସତ ଓଗାଳିଛି। ପୁଲିସ କହିଛି ଯେ, ୟଶ ତାଙ୍କ ସାଙ୍ଗ ରଚିତ, ଶିବମ, ସୁଶାନ୍ତ ଏବଂ ଶୁଭମଙ୍କ ସହ ଅମରୋହର ଜଙ୍ଗଲକୁ ପାର୍ଟି କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୟଶ ସେମାନଙ୍କୁ କହିଥିଲେ, 'ଏମିତି କେତେ ଦିନ ମୋ ଟଙ୍କାରେ ମଦ ପିଇବ।' ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା, ଯାହା ପରେ ଅନ୍ୟ ଚାରି ଜଣ ସାଙ୍ଗ ମିଶି ୟଶଙ୍କ ତଣ୍ଟିଚିପି ହତ୍ୟା କରିଥିଲେ।

ହତ୍ୟା ପରେ ମୃତଦେହକୁ ସେହି ଜଙ୍ଗଲରେ ପୋତି ଦେଇଥିଲେ। ଏତେ ସବୁ କାଣ୍ଡ ଭିଆଇବା ପରେ ରଚିଥିଲେ ନୂଆ ଷଡ଼ଯନ୍ତ୍ର। ୟଶଙ୍କ ଫୋନରେ ତାଙ୍କ ବାପାଙ୍କୁ କଲ୍ କରି ପୁଅକୁ ଅପହରଣ କରିଥିବା କହିଥିଲେ। ୬ କୋଟି ଟଙ୍କା ଦେଲେ ପୁଅକୁ ଛାଡିବେ ବୋଲି ଧମକ ଦେଇଥିଲେ। ପୁଲିସ ମାମଲାର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଶୁଭମ ଏବେ ବି ଫେରାର୍ ରହିଛି। ପୁଲିସ ତାକୁ ଖୋଜାଖୋଜି କରୁଛି। 

Murder Crime Kidnap Delhi Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe