Advertisment

ନୋଏଡା ଯୌତୁକ ମୃତ୍ୟୁ: ପରକୀୟା ପ୍ରୀତିରେ ମାତିଥିଲା ଅଭିଯୁକ୍ତ ସ୍ୱାମୀ, ପତ୍ନୀ ଧରିଦେବାରୁ ପ୍ରେମିକାଙ୍କୁ ମାରିଥିଲା ମାଡ଼

ସ୍ୱାମୀ ବିପିନ ପରକୀୟା ପ୍ରୀତିରେ ମାତିଥିଲା। ବିପିନର ଏହି ଅନୈତିକ କାମକୁ ରଙ୍ଗେ ହାତ ଧରିଥିଲେ ପତ୍ନୀ ନିକ୍କି ଓ ଭାଉଜ କାଞ୍ଚନ।

Nikki

Nikki

Advertisment

ପୂରା ଦେଶକୁ ଦୋହଲାଇ ଦେଇଥିବା ନୋଏଡା ଯୌତୁକ ଜନିତ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯୌତୁକ ପାଇଁ ପତ୍ନୀଙ୍କୁ ଜୀବନ୍ତ ଜାଳି ହତ୍ୟା କରିଥିବା ସ୍ୱାମୀ ବିପିନ ପରକୀୟା ପ୍ରୀତିରେ ମାତିଥିଲା। ବିପିନର ଏହି ଅନୈତିକ କାମକୁ ରଙ୍ଗେ ହାତ ଧରିଥିଲେ ପତ୍ନୀ ନିକ୍କି ଓ ଭାଉଜ କାଞ୍ଚନ। ବିପିନ ଧରା ପଡ଼ିଯିବା ପରେ ତା’ ପ୍ରେମିକାଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲା।

Advertisment

ଗତବର୍ଷ ଅକ୍ଟୋବର ମାସରେ ଏନେଇ ବିପିନ ବିରୋଧରେ ତା’ ପ୍ରେମିକା ନୋଏଡା ଥାନାରେ ଏଫଆଇଆର ଦେଇଥିଲେ। ଏଫଆଇଆରରେ ପ୍ରେମିକା ଅଭିଯୋଗ କରିଥିଲେ ଯେ ବିପିନ ଓ ତାଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କକୁ ପତ୍ନୀ ନିକ୍କି ଧରି ଦେଇଥିଲେ। ପତ୍ନୀଙ୍କ ହାତରେ ଧରା ପଡ଼ିବା ପରେ ବିପିନ ନିଜକୁ ନିରୀହ ବୋଲି ପ୍ରମାଣିତ କରିବା ପାଇଁ ପ୍ରେମିକାଙ୍କୁ ମାଡ଼ ମାରିଥିଲେ ବୋଲି ସେ ଏଫଆଇଆରରେ ଉଲ୍ଲେଖ କରିଥିଲେ।

ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ବିପିନ ଓ ତା’ ବନ୍ଧୁ ତୁଷାର ମିଳିତ ଭାବେ ତାଙ୍କ ଗାଁ ବାହାରେ ରହି ଫୋନ କରିଥିଲେ। ସେ ଫୋନ କଲ ପାଇ ଆସିବାରୁ ଦୁଇ ଜଣ ଯାକ ତାଙ୍କୁ ଗାଡ଼ିରେ ଭର୍ତ୍ତି କରି ଅନ୍ୟତ୍ର ନେଇ ଯାଇଥିଲେ। ସେମାନେ ତାଙ୍କୁ ଗାଡ଼ି ଭିତରେ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିଲେ। ତାଙ୍କ ଫୋନ ମଧ୍ୟ ଛଡ଼ାଇ ନେଇଥିଲେ। ଏପରି କି ବିପିନ ଓ ତୁଷାର ତାଙ୍କୁ ମାରିବା ପାଇଁ ମଧ୍ୟ ଧମକ ଦେଇଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ଏବେ ଏହି ତଥ୍ୟ ସାମ୍ନାକୁ ଆସିଛି। 

Advertisment

ନିକ୍କି ହତ୍ୟା ମାମଲା

୨୦୧୬ ଡିସେମ୍ବର ୧୦ରେ ନୋଏଡାର ବିପିନ ଓ ଭାଇ ରୋହିତ ଗୋଟିଏ ମଣ୍ଡପରେ ନିକ୍କି ଓ କାଞ୍ଚନଙ୍କୁ ବିବାହ କରିଥିଲେ। ନିକ୍କି ଓ କାଞ୍ଚନ ମଧ୍ୟ ଦୁଇ ଭଉଣୀ। ଦୁଇ ପରିବାର ବର କନ୍ୟା ଠିକ କରିଥିଲେ। ବାହାଘର ବେଳେ ନିକ୍କି ଓ କାଞ୍ଚନଙ୍କ ପରିବାର ଲୋକ ନିଜର ସକ୍ଷମ ଅନୁସାରେ କାର, ପୋଷାକ, ଗହଣା ଠାରୁ ଆରମ୍ଭ କରି ସବୁ କିଛି ଦେଇଥିଲେ। ନିକ୍କି ମା’ ହେବା ପରେ ପରିବାର ଲୋକ ଉପହାରରେ ବାଇକ ଦେଇଥିଲେ।

କିନ୍ତୁ ନିକ୍କି ଓ କାଞ୍ଚନଙ୍କ ବାପା ଭିକାରୀ ସିଂହ ପୟଲାଙ୍କ ପାଖରେ ଥିବା ମର୍ସିଡିଜ ଉପରେ ବିପିନର ନଜର ରହିଥିଲା। ବର୍ଷେ ହେଲାଣି ସେ କାର ପାଇଁ ନିକ୍କିଙ୍କ ଉପରେ ଚାପ ପକାଉଥିଲା। ନିକ୍କିଙ୍କ ବାପା କାର ଦିଅନ୍ତୁ ନଚେତ ୬୦ ଲକ୍ଷ ଟଙ୍କା ପଠାନ୍ତୁ ବୋଲି ସେ କହୁଥିଲା। ସମୟ ଗଡ଼ିବା ସହ ନିକ୍କିଙ୍କ ଉପରେ ବିପିନର ଅତ୍ୟାଚାର ବଢ଼ି ଚାଲିଥିଲା।

ଗୁରୁବାର ସ୍ଥିତି ପୂରା ବଦଳି ଯାଇଥିଲା। ନିକ୍କିଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଗୁରବାର ସନ୍ଧ୍ୟାରେ ପ୍ରବଳ ମାଡ଼ ମାରିଥିଲେ। ଭଉଣୀ କାଞ୍ଚନ ଏଥିରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏତିକି ବେଳେ ବିପିନ କିଛି ଦହନ ଯୁକ୍ତ ତୈଳ ନିକ୍କିଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା।

କାଞ୍ଚନ ମୋବାଇଲରେ ରେକର୍ଡ କରିଥିବା ଭିଡିଓରେ ଦେଖାଯାଉଛି ଯେ ବିପିନ ଭୟଙ୍କର ଢଙ୍ଗରେ ନିକ୍କିଙ୍କୁ ମାଡ଼ ମାରୁଛି। ଆଉ ଏକ ଭିଡିଓରେ ଜଳି ସାରିଥିବା ନିକ୍କି ପାହାଚରେ ଜୀବନ ବଞ୍ଚାଇବାକୁ ଛଟପଟ ହେଉଛନ୍ତି। ଘଟଣା ପରେ ନିକ୍କିଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ନିକ୍କି ଓ ବିପିନଙ୍କ ଜଣେ ୬ ବର୍ଷର ପୁଅ ରହିଛନ୍ତି। ସେ ମଧ୍ୟ ମା’ଙ୍କ ଭୟଙ୍କର ହତ୍ୟାର ସାକ୍ଷୀ ବନିଛନ୍ତି। ସେ କହିଛନ୍ତି, “ସେମାନେ ପ୍ରଥମେ କିଛି ତେଲ ମୁମ୍ମା(ମା’) ଉପରେ ଢାଳିଥିଲେ। ସେମାନେ ତା’ପରେ ତାକୁ ଚାପୁଡ଼ା ମାରିଥିଲେ। ଶେଷରେ ଲାଇଟର ଦ୍ୱାରା ନିଆଁ ଲଗାଇ ଦେଇଥିଲେ।”

ପୁଲିସ୍‌ ଏହି ଘଟଣାରେ ବିପିନ, ରୋହିତ, ମା’ ଦୟା ଓ ବାପା ସତ୍ୟବୀରଙ୍କୁ ଗିରଫ କରିଛି।

Crime Dowry Death Greater Noida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe