Advertisment

ପ୍ରଥମେ ଛୁରୀ ଭୁଷିଲେ, ପରେ ବାଇକ୍‌ ପଛରେ ବାନ୍ଧି ଘୋଷାରି ନେଲେ

ଆହତ ମେହେନ୍ଦୀ ହାସନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
man stabbed and dragged by bike

man stabbed and dragged by bike

ପ୍ରଥମେ ଛୁରୀ ଭୁଷିଲେ। ପରେ ବାଇକ୍‌ ପଛରେ ବାନ୍ଧି ଘୋଷାରି ନେଲେ। ପୂର୍ବ ଶତ୍ରୁତା ଯୋଗୁ ଦୁଇ ଜଣ ଯୁବକ ମିଶି ଜଣେ ବ୍ୟକ୍ତିଙ୍କୁ କଲେ ମରଣାନ୍ତକ ଆକ୍ରମଣ। ନଏଡାରେ ଘଟିଛି ଏଭଳି କିଛି ଘଟଣା। ଏହି ପୂରା ଘଟଣା ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନଏଥା ଥନା ସେକ୍ଟର-୪୯ର ବରୌଲା ଗାଁ। ଏଠାକାର ଅନୁଜ ଓ ନୀତିନ ନାମକ ଦୁଇ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମେହେନ୍ଦୀ ହସନ ନାମକ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ କରିଥିଲେ। ଫଳରେ ମେହନ୍ଦି ହସନ ଗୁରୁତର ହୋଇପଡିଥିଲେ। ଏହାପରେ ଅଭିଯୁକ୍ତମାନେ ମେହେନ୍ଦୀ ହସନଙ୍କୁ ବାଇକ୍‌ ପଛରେ ବାନ୍ଧି ଘୋଷାରି ନେଇଥିଲେ। ବିଚ୍‌ ରାସ୍ତାରେ ସର୍ବସମ୍ମୁଖରେ ଏସବୁ ଘଟିଥିଲେ ସୁଦ୍ଧା ଗାଁ ଲୋକେ ନିରବଦ୍ରଷ୍ଟା ସାଜିଥିଲେ। ସିସିଟିଭିରେ ଏହି ପୂରା ଘଟଣାର ଦୃଶ୍ୟ କଏଦ୍‌ ହୋଇଛି। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ବରୌଲା ବାସିନ୍ଦା ଅନୁଜ ଏକ ଘରୋଇ ହସ୍ପିଟାଲରେ କାମ କରେ। ତା' ଦାଦା ପୁଅ ନୀତିନ ଜଣେ କ୍ଷୀର ବ୍ୟବସାୟୀ ଅଟେ। ଶନିବାର ରାତିରେ ଗ୍ରାମ ବାସିନ୍ଦା ମେହେନ୍ଦୀ ହାସନଙ୍କ ସହ ଅନୁଜ ଏବଂ ନୀତିନଙ୍କ ଝଗଡା ହୋଇଥିଲା। ପରେ ଅନୁଜ ଏବଂ ନୀତିନ ମିଶି ମେହେନ୍ଦୀଙ୍କୁ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ। ପରେ ବାଇକ୍‌ ପଛରେ ବାନ୍ଧି ଗାଁ ସାରା ଘୋଷାରି ନେଇଥିଲେ।

Advertisment

  

ଏହା ପରେ ଦୁହେଁ ମେହେନ୍ଦୀ ହସନଙ୍କୁ ଟାଣି ନେଇ ବରୌଲା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସେତେବେଳକୁ ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଆହତ ମେହେନ୍ଦୀ ହାସନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ସକାଳ ପ୍ରାୟ ୫ଟା ସମୟରେ ଦୁଇ ଅପରାଧୀ ଅନୁଜ ଏବଂ ନୀତିନଙ୍କ ସହ ସେକ୍ଟର ୪୯ର ପୁଲିସ ମୁହାଁମୁହିଁ ହୋଇଥିଲେ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ ପୁଲିସ ନେଇଯାଉଥିବା ବେଳେ ଅଧରାସ୍ତାରେ ପୁଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପରେ ପୁଲିସ ଗୁଳିରେ ଉଭୟ ଅଭିଯୁକ୍ତ ଆହତ ହୋଇଥିଲେ। ଉଭୟଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରିଖିଛି।

ନଏଡା ଡିସିପି ହରିଶ୍ଚନ୍ଦ୍ରଙ୍କ କହିବା ମୁତାବକ, ୨୦୧୮ରେ ମେହେନ୍ଦୀ ଅନୁଜଙ୍କ ବାପାଙ୍କୁ ଛୁରାମାଡ଼ କରିଥିଲେ। ଏହା ପରେ ତାଙ୍କ ବିରୋଧରେ ସ୍ଥାନୀୟ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ଅନୁଜ ଓ ମେହେନ୍ଦୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କୋର୍ଟରେ ମେହେନ୍ଦୀ ଏବଂ ଅନୁଜଙ୍କ ମଧ୍ୟରେ ଅନେକଥର କଥା କଟାକଟି ହୋଇଥିଲା। ଶନିବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା, ପରେ ଅନୁଜ ଏବଂ ନୀତିନ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

Noida Stabbed Dragged By Bike