Advertisment

ପ୍ରମାଣ ମିଳିଲା; ଉଡୁଥିଲା ଟଙ୍କା, ୫ ବାର୍‌କୁ ନୋଟସ୍‌

ରବିବାର ବିଳମ୍ୱିତ ରାତିରେ ରାଜଧାନୀରେ ୧୪ଟି ବାର, ପବ୍‌ ଓ ନାଇଟ୍‌ କ୍ଳବ୍‌ରେ ଚଢ଼ଉ କରିଥିଲା କମିଶନରେଟ୍‌ ପୁଲିସର ୨ଟି ସ୍ପେଶାଲ ସ୍କ୍ୱାର୍ଡ। ସେତେବେଳେ ସମୟ ପ୍ରାୟ ୨ଟା ହେବ। ସେହି ସମୟରେ କିଛି ପବ୍‌ ଓ ନାଇଟ୍‌ କ୍ଳବ୍‌ରେ କଷ୍ଟମର ବାହାରୁଥିବା ଦେଖା ଯାଇଥିଲା।

Bar

Bar

Advertisment

ରାଜଧାନୀ ଭୁବନେଶ୍ୱରରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲୁଛି ବାର୍‌। ଆଉ ପୂଳା ପୂଳା ଟଙ୍କା ଉଡୁଥିବା ଅଭିଯୋଗ ହେଉଥିଲା। ଏପରିକି କେତେକ ସ୍ଥାନରେ ରାତି ସାରା ବାର୍‌ ଖୋଲା ରହୁଥିବା ଓ ନଗ୍ନ ନୃତ୍ୟ ପରିବେଷଣ କରାଯାଉଥିବା ନେଇ କିଛି ବାର୍‌ ଡ୍ୟାନ୍ସର ଅଭିଯୋଗ କରିଥିଲେ। ଯାହାକୁ ନେଇ ତତ୍ପର ହୋଇଛି କମିଶନରେଟ୍‌ ପୁଲିସ ଓ ଅବକାରୀ ବିଭାଗ। ରାତି ଅଧିଆ ଯାଞ୍ଚ ପରେ ଆଜି ଭୁବନେଶ୍ୱରରେ ୫ ଡ୍ୟାନ୍ସ ବାର୍‌କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। କଟକ ରୋଡ୍‌ରେ ଥିବା ୫ଟି ବାର୍‌କୁ ଅବକାରୀ ବିଭାଗର ନୋଟିସ୍ କରିଛି। ବାର୍‌ରେ ଟଙ୍କା ଉଡ଼ାଉଥିବା ପ୍ରମାଣ ପରେ ସୋ' କଜ୍‌ ନୋଟିସ୍ କରାଯାଇଛି।

Advertisment

ରବିବାର ବିଳମ୍ୱିତ ରାତିରେ ରାଜଧାନୀରେ ୧୪ଟି ବାର, ପବ୍‌ ଓ ନାଇଟ୍‌ କ୍ଳବ୍‌ରେ ଚଢ଼ଉ କରିଥିଲା କମିଶନରେଟ୍‌ ପୁଲିସର ୨ଟି ସ୍ପେଶାଲ ସ୍କ୍ୱାର୍ଡ। ସେତେବେଳେ ସମୟ ପ୍ରାୟ ୨ଟା ହେବ। ସେହି ସମୟରେ କିଛି ପବ୍‌ ଓ ନାଇଟ୍‌ କ୍ଳବ୍‌ରେ କଷ୍ଟମର ବାହାରୁଥିବା ଦେଖା ଯାଇଥିଲା। ଏ ନେଇ ଆମେ ଉପରିସ୍ଥ ଅଫିସରଙ୍କୁ ଜଣାଇବୁ। ଅବକାରୀ ବିଭାଗ ଓ ପୁଲିସ ମଧ୍ୟରେ ଉତ୍ତମ ସମନ୍ଵୟ ରହୁନଥିବା ଯୋଗୁ ବାର ଗୁଡ଼ିକ ବନ୍ଦ ହେବାର ସମୟ ଜାଣିବା ସ୍ପଷ୍ଟ ହୋଇପାରୁ ନାହିଁ। ଆଗାମୀ ଦିନରେ ବାର ଗୁଡ଼ିକ ଉପରେ ଜୋରଦାର ଚଢଉ କରାଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି।

ସୂଚନାରୁ ପ୍ରକାଶ, ରାଜଧାନୀରେ ବାର୍‌ ଗୁଡ଼ିକରେ ରାତି ସାରା ଖୋଲା ରହୁଛି ଓ ବାର୍‌ ଗର୍ଲ ନଗ୍ନ ନୃତ୍ୟ ପରିବେଷଣ କରୁଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ଦୁଇ ଜଣ ବାର୍‌ ଗର୍ଲ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଜଣେ ବାର୍‌ ଗର୍ଲ ଜଣେ ଗ୍ରାହକଙ୍କ ସହିତ ଡିଲ୍‌ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା।

Advertisment
Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe