Advertisment

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାଇକ୍‌ରୁ ଟାଣି ଆଣିଲେ, ବିଚ୍‌ ରାସ୍ତାରେ ପିଟି ପିଟି ମାରିଦେଲେ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି । ଏଥିସହ ଜିଲ୍ଲାର ୧୦ଟି ଥାନା ତାଙ୍କୁ ଖୋଜିବାରେ ବିଫଳ ହୋଇଥିଲା।

author-image
Niharika Rout
Murder

Murder

ଦୀର୍ଘ ୧୫ ବର୍ଷ ହେଲା ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ରାଜ କରୁଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି । ଏଥିସହ ଜିଲ୍ଲାର ୧୦ଟି ଥାନା ତାଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ପୁଲିସ୍‌କୁ ଚକମା ଦେଇ ରାତିର ଅନ୍ଧକାରରେ ସେ ନିଜ କ୍ରାଇମ ନେଟୱର୍କକୁ ଚଳାଉଥିଲେ। ଏପରି ଜଣେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗତ ରାତିରେ କିଛି ଯୁବକ ବିଚ୍‌ ରାସ୍ତା ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଇଛନ୍ତି।

Advertisment

ଏପରି ଏକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନରେ ଘଟିଛି। ଅପରପକ୍ଷ ଆକ୍ରମଣରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ଅପରାଧିଜଣକ ଅନନ୍ତ ପଟ୍ଟନାୟକ ବୋଲି ଜଣାଯାଇଛି। ତାଙ୍କ ଘର ଆସିକା କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।

ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କ ସମେତ ୩ ଜଣ ଗତ ରାତିରେ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ପଛରୁ ଏକ ବୋଲେରୋରେ ତାଙ୍କ ପିଛା କରିଥିଲା। କିଛି ସମୟ ପରେ ବୋଲୋରୋଟି ବାଇକ୍‌ ଆଗରେ ଛିଡ଼ା ହୋଇଥିଲା। ବାଇକ୍‌ଟି ରହିଯିବାରୁ ବୋଲେରୋରୁ କିଛି ଯୁବକ ଓହ୍ଲାଇ ଅନନ୍ତ ପଟ୍ଟନାୟକଙ୍କୁ ରାସ୍ତାକୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ।

Advertisment

ଏପରିକି ଅନନ୍ତ ପିନ୍ଧିଥିବା ହେଲମେଟକୁ ସେମାନେ ପ୍ରବଳ ମାଡ଼ ମାରିବାରୁ ତାହା ଭାଙ୍ଗି ଚୁରମାର ହୋଇ ଯାଇଛି। ଶେଷରେ ସେମାନେ ଅନନ୍ତଙ୍କୁ ଘୋଷାଡି ନେଇ ପ୍ରବଳ ପିଟିଥିଲେ। ଫଳରେ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆଉ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା।

ଏହା ଦେଖି ଅନନ୍ତଙ୍କ ସହ ବାଇକ୍‌ରେ ଥିବା ଦୁଇ ଜଣ ନିଜ ପ୍ରାଣ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସେରଗଡ଼ ମେଡିକାଲକୁ ପଠାଇଥିଲା। ଏଥିସହ ଅନନ୍ତଙ୍କ ଘର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଅନନ୍ତ ସହ ଥିବା ଦୁଇ ଜଣକୁ ଅଟକ ରଖି ଘଟଣା ବିଷୟରେ ଅଧିକ ଖୋଳତାଡ଼ କରୁଛି।

ସୂଚନା ଥାଉ କି ଅନନ୍ତଙ୍କ ଵିରୋଧରେ ଜାତୀୟ ନିରାପତ୍ତା ଆଇନି ଲାଗୁ ହୋଇଥିଲା। ଏପରିକି ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି l ହତ୍ୟା ,ହତ୍ୟା ଉଦ୍ୟମ,ବମିଂ ,ଚୋରି ରାହଜାନି, ଡକାୟତି ସହ ଅlର୍ମ ଆକ୍ଟ ଲାଗିଛି l ଦୀର୍ଘଦିନ ହେଲା ଜିଲ୍ଲାର ୧୦ଟି ଥାନା ଅନନ୍ତଙ୍କୁ ଖୋଜିବାରେ ବିଫଳ ହୋଇଥିବା ବେଳେ ପୁଲିସକୁ ଚକମା ଦେବାରେ ଅନନ୍ତ ସଫଳ ହେଉଥିଲେ।

Ganjam Murder