Advertisment

ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ

ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ୨୦୨୦ ମସିହାରୁ ସେ KKBN ଡିଭିଜନରେ କାମ କରୁଥିଲେ।

Naxal Surrender

Naxal Surrender

Advertisment

ଜଣେ ଦୁର୍ଦ୍ଦାନ୍ତ ନକ୍ସଲ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ବିଜା ମାଡ଼ଭି। ତାଙ୍କ ଘର ଛତିଶଗଡ଼ର ସୁକମା ଜିଲ୍ଲାରେ। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ କରାଯାଇଛି। ସେ KKBN ଡିଭିଜନର ରାହୁଲ ଏରିଆ କମିଟିର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। 

Advertisment

ପୁଲିସ ଲଗାତାର ଭାବେ କମ୍ବିଂ ଅପରେସନ କରୁଥିବାରୁ ଓ ନକ୍ସଲଙ୍କ ପ୍ରତି ଲୋକଙ୍କ ସମର୍ଥନ କମୁଥିବାରୁ ବିଜା ମାଡ଼ଭି ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସ୍‌ପି ହରିଶ ବି.ସି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ୨୦୨୦ ମସିହାରୁ ସେ KKBN ଡିଭିଜନରେ କାମ କରୁଥିଲେ। ସେବେଠାରୁ ପ୍ରାୟ ୧୦ଟି ପୁଲିସ-ନକ୍ସଲ ଗୁଳି ବିନିମୟ ଘଟଣାରେ ସେ ସମ୍ପୃକ୍ତ ରହିଥିଲେ।

Advertisment

ତାଙ୍କଠାରୁ ନୂଚନା ପାଇ ପୁଲିସ ବାଲିଗୁଡ଼ା ଥାନା ଅଞ୍ଚଳରେ ଥିବା ଗୋଟିଏ ମାଓ କ୍ୟାମ୍ପକୁ ମଧ୍ୟ ଠାବ କରିଛି। ସେଠାରୁ ୬ଟି ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଷ୍ଟିଲ ତାର, ରେଡିଓ ସହିତ ନକ୍ସଲଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରିଛି ପୁଲିସ। ନକ୍ସଲମାନେ ହିଂସା ଛାଡ଼ି ଆତ୍ମସମର୍ପଣ କରିବା ପାଇଁ ଅପିଲ କରିଛନ୍ତି କନ୍ଧମାଳ ଏସ୍‌ପି ହରିଶ ବି.ସି। 

ରିପୋର୍ଟ: ଫୁଲବାଣୀରୁ ତ୍ରିନାଥ ସାହୁ 

Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe