ନିକଟରେ ଆମେରିକାରୁ ଫେରିଥିବା ଜଣେ ଏନଆରଆଇ ବ୍ୟକ୍ତିଙ୍କୁ ତାଙ୍କ ଘରେ ଭିତରେ ପଶି ଦୁଇ ଜଣ ଗୁଳିମାଡ଼ କରିଛନ୍ତି। ପଞ୍ଜାବ ଅନ୍ତର୍ଗତ ଅମୃତରର ଦାବୁରଜି ଠାରେ ଥିବା ଏନଆରଆଇଙ୍କ ଘରେ ଏହି ଘଟଣା ଘଟିଛି।
ଏହି ସମୟରେ ତାଙ୍କ ପତ୍ନୀ, ପୁଅ ଓ ପରିବାରର ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ସାମ୍ନାରେ ଦୁଇ ବନ୍ଧୁକଧାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି। ଏନଆରଆଇ ସୁଖଚେନ ସିଂହଙ୍କ ପତ୍ନୀ ଓ ପିଲାମାନେ ଗୁଳି ନ ମାରିବାକୁ ଅନୁରୋଧ କରୁଥିଲେ ହେଁ ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ତେବେ ସେମାନେ ଆଉ କିଛି ରାଛଣ୍ଡ ଫାୟାରିଂ କରିବାକୁ ଚାହୁଁଥିଲେ ହେଁ ଅଧାରେ ସେମାନଙ୍କ ବନ୍ଧୁକ ଜାମ ହୋଇଯାଇଥିଲା। ଫଳରେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ।
ଦୁଇଟି ଗୁଳି ମାଡ଼ରେ ଆହତ ହୋଇଥିବା ଶ୍ରୀ ସିଂହ ଏବେ ହସ୍ପିଟାଲରେ ଚିକିତ୍ସିତ ହେଛଛି। ଘରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ବନ୍ଧୁକ ଜାମ ହୋଇଯିବାରୁ ଦୁଇ ଆକ୍ରମଣକାରୀ ଘର ଛାଡ଼ି ଚାଲି ଯାଉଥିବା ବେଳର ଦୃଶ୍ୟ ସାମ୍ନାକୁ ଆସିଛି।
अमृतसर के जालंधर रोड पर दबुर्जी इलाके में सुखचैन नामक एनआरआई को दो युवकों ने घर में घुसकर गोलियां मार दी। फिलहाल पीड़ित घाय है उसका निजी हॉस्पिटल में इलाज चल रहा है। पूरी घटना घर में लगे सीसीटीवी कैमरे में कैद हो गई जिसमें साफ दिख रहा है कि परिवार के लोग बदमाशों के सामने हाथ पैर… pic.twitter.com/keyaJGzKOE
— IANS Hindi (@IANSKhabar) August 24, 2024
ଆମେରିକାରେ ରହୁଥିବା ସୁଖଚେନ ୨୦ ଦିନ ତଳେ ଅମୃତସରକୁ ଫେରିଥିଲେ। ନିକଟରେ ସେ ୧.୫ କୋଟି ଟଙ୍କା ଦେଇ ଗୋଟିଏ କାର କିଣିଥିଲେ। ଆଜି ଦୁଇ ଆକ୍ରମଣକାରୀ ଉକ୍ତ କାର୍ର ରେଜିଷ୍ଟ୍ରେସନ ପ୍ରମାଣପତ୍ର ଯାଞ୍ଚ ନାଁରେ ଘର ଭିତରେ ପଶିଥିଲା। ଘରେ ପ୍ରବେଶ କରିବା ପରେ ବନ୍ଧୁକ ଦେଖାଇ ଶ୍ରୀ ସିଂହଙ୍କୁ ଧମକାଇ ଥିଲେ। ଏହାପରେ ସେମାନଙ୍କ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ।
ଶ୍ରୀ ସିଂହଙ୍କ ପରିବାର ଲୋକ ଘଟଣା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆକ୍ରମଣ ପଛରେ ସୁଖଚେନଙ୍କ ପ୍ରଥମ ପତ୍ନୀଙ୍କ ହାତ ଥିବା ତାଙ୍କ ମା’ ଦାବି କରିଛନ୍ତି। ସରକାର ଅମୃତସର ପୁଲିସ୍ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁଖଚେନଙ୍କ ପରିବାର ଲୋକ ରୁଜୁ କରିଥିବା ଏଫଆଇଆରେ ପ୍ରଥମ ପତ୍ନୀଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ନାଁ ରହିଛି।
Law and order in Punjab is deteriorating rapidly.
— Manik Goyal (@ManikGoyal_) August 24, 2024
This morning..two scoundrels entered an NRI's home in Amritsar & opened f!re on Mr. Sukhchain Singh in broad daylight, ignoring the pleas of a woman and child. Mr. Sukhchain is now fighting for his life in the hospital.
Fear of… pic.twitter.com/MolbnDQybc
ପୁଲିସ୍ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି। ହେଲେ ଏଯାଏ ଘଟଣାର କାରଣ କିମ୍ବା ଦୁଇ ଆକ୍ରମଣକାରୀଙ୍କ ପତ୍ତା ମିଳିନାହିଁ।