Advertisment

ବନ୍ଧା ହେଲେ ଏମ୍‌ଭିଆଇ, କାଲି ମାଡ଼ି ବସିଥିଲା ଭିଜିଲାନ୍ସ

ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି।

ଅଦ୍ୟତନ ହୋଇଛି
Arrest

Arrest

Advertisment

ବନ୍ଧା ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା ନୂଆପଡ଼ା MVI ବିଜୟ କୁମାର ବେହୁରିଆ । ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ତାଙ୍କୁ ବାନ୍ଧିଥିବା ଜଣାଯାଇଛି।

Advertisment

ବିଜୟ ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ସାଙ୍ଗରେ ମୋଟା ଅଙ୍କର ଟଙ୍କା ଆଣୁଥିବା ଭିଜିଲାନ୍ସ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପୂର୍ବ ଯୋଜନା ମୁତାବକ ଅଧିକାରୀମାନେ ଖୋର୍ଦ୍ଧା ମେଡିକାଲ ଛକରେ ଜଗି ରହିଥିଲେ।

ବିଜୟ ଏକ ଭଡ଼ା ଗାଡ଼ିରେ ଆସୁଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲ ଛକରେ ଅଟକା ଯାଇଥିଲା। ଏହାପରେ ଗାଡ଼ିକୁ ତନ ତନ କରି ଯାଞ୍ଚ କରିବାରୁ ସେଥିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

Advertisment

ସେ ଏହି ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିବାରୁ ବିଜୟ କୁମାର ବେହୁରିଆ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ପରେ ସମସ୍ତ ଟଙ୍କା ଜବତ କରି ଭିଜିଲାନ୍ସ ତାଙ୍କୁ ଗତକାଲି ଅଟକ ରଖି ପଚରାଉଚରା କରୁଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

ଏଥିସହ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ନୂଆପଡ଼ା ସ୍ଥିତ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା MVI ଅଫିସ ଚାମ୍ବରରେ ଏକକାଳୀନ ରେଡ୍ ରଖିଛି ଭିଜିଲାନ୍ସ ଟିମ୍ । ତେବେ ବିଜୟଙ୍କ ଘରୁ କେତେ ସମ୍ପତ୍ତି ଜବତ ହୋଇଛି ସେ ନେଇ ଭିଜିଲାନ୍ସ ତରଫରୁ କୌଣସି ତଥ୍ୟ ଦିଆଯାଇନି।

Vigilance Raid Khorda Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe