/odisha-reporter/media/post_attachments/uploads/2015/09/vlcsnap-2015-09-11-17h58m34s444.png)
vlcsnap-2015-09-11-17h58m34s444
ନୂଆପଡା: କୋମନା ଥାନା ଗୁଦୁମା ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ପରିବାରର ଆଉ ୪ ଜଣ ସଦସ୍ୟ ମଧ୍ୟ ଗୁରୁତର ହୋଇଛନ୍ତି। ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।
Advertisment
ଗୁଦୁମା ଗାଁର କହଁଲ ସିଂମାଝୀ ଓ ତାଙ୍କ ସ୍ତ୍ରୀ ବିମଳାଙ୍କ ମଧ୍ୟରେ କୌଣସି କାରଣରୁ ଗୁରୁବାର ସନ୍ଧ୍ୟାରେ ଝଗଡା ହୋଇଥିଲା। ଝଗଡା ବେଳେ କହଁଲ ଉତ୍ତ୍ୟକ୍ତ ହୋଇ ବିମଳାଙ୍କୁ ଆକ୍ରମଣ କରିଥିଲେ। ବିମଳାଙ୍କୁ ବଞ୍ଚାଇବାକୁ ଯାଇ କହଁଲଙ୍କ ଭାଉଜ ଓ ଭାଇ ବୋହୂ ଆହତ ହୋଇଥିଲେ। ତେବେ ଏତିକିରେ ଶାନ୍ତ ପଡି ନଥିଲା କହଁଲ। ସେ ନିଜର ଦୁଇ ପୁଅ (ଜଣେ ବର୍ଷକର ଓ ଆଉ ଜଣେ ୪ ମାସର)ଙ୍କୁ ମଧ୍ୟ ଟାଙ୍ଗିଆରେ ଆଘାତ ଦେଇଥିଲା। ଏହି ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବିମଳାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ କହଁଲ ସିଂମାଝୀ ପୋଲିସ ଗିରଫ କରିଛି। ଘଟଣା ସ୍ଥଳରୁ ପୋଲିସ ଟାଙ୍ଗିଆ ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
