Advertisment

ନୂଆପଡା: ସ୍ତ୍ରୀକୁ ମାରି ସ୍ୱାମୀ ଗିରଫ

ନୂଆପଡା: କୋମନା ଥାନା  ଗୁଦୁମା ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ପରିବାରର ଆଉ ୪ ଜଣ ସଦସ୍ୟ ମଧ୍ୟ ଗୁରୁତର ହୋଇଛନ୍ତି। ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗୁଦୁମା ଗାଁର କହଁଲ ସିଂମାଝୀ ଓ ତାଙ୍କ ସ୍ତ୍ରୀ ବିମଳାଙ୍କ ମଧ୍ୟରେ କୌଣସି କାରଣରୁ ଗୁରୁବାର ସନ୍ଧ୍ୟାରେ  ଝଗଡା ହୋଇଥିଲା।  ଝଗଡା ବେଳେ କହଁଲ ଉତ୍ତ୍ୟକ୍ତ ହୋଇ  ବିମଳାଙ୍କୁ  ଆକ୍ରମଣ କରିଥିଲେ। ବିମଳାଙ୍କୁ ବଞ୍ଚାଇବାକୁ ଯାଇ କହଁଲଙ୍କ ଭାଉଜ ଓ ଭାଇ ବୋହୂ ଆହତ […]

ନୂଆପଡା: ସ୍ତ୍ରୀକୁ ମାରି ସ୍ୱାମୀ ଗିରଫ

vlcsnap-2015-09-11-17h58m34s444

Advertisment

ନୂଆପଡା: କୋମନା ଥାନା  ଗୁଦୁମା ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ପରିବାରର ଆଉ ୪ ଜଣ ସଦସ୍ୟ ମଧ୍ୟ ଗୁରୁତର ହୋଇଛନ୍ତି। ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

Advertisment

ଗୁଦୁମା ଗାଁର କହଁଲ ସିଂମାଝୀ ଓ ତାଙ୍କ ସ୍ତ୍ରୀ ବିମଳାଙ୍କ ମଧ୍ୟରେ କୌଣସି କାରଣରୁ ଗୁରୁବାର ସନ୍ଧ୍ୟାରେ  ଝଗଡା ହୋଇଥିଲା।  ଝଗଡା ବେଳେ କହଁଲ ଉତ୍ତ୍ୟକ୍ତ ହୋଇ  ବିମଳାଙ୍କୁ  ଆକ୍ରମଣ କରିଥିଲେ। ବିମଳାଙ୍କୁ ବଞ୍ଚାଇବାକୁ ଯାଇ କହଁଲଙ୍କ ଭାଉଜ ଓ ଭାଇ ବୋହୂ ଆହତ ହୋଇଥିଲେ। ତେବେ ଏତିକିରେ ଶାନ୍ତ ପଡି ନଥିଲା କହଁଲ।  ସେ ନିଜର  ଦୁଇ ପୁଅ (ଜଣେ ବର୍ଷକର ଓ ଆଉ ଜଣେ ୪ ମାସର)ଙ୍କୁ ମଧ୍ୟ ଟାଙ୍ଗିଆରେ ଆଘାତ ଦେଇଥିଲା।  ଏହି ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବିମଳାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ କହଁଲ ସିଂମାଝୀ ପୋଲିସ ଗିରଫ କରିଛି। ଘଟଣା ସ୍ଥଳରୁ ପୋଲିସ ଟାଙ୍ଗିଆ ଜବତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe