Advertisment

ବିଲ ମଝିରେ ମହିଳାଙ୍କ ଉଲଗ୍ନ ମୃତଦେହ, ମିଳୁନି ପରିଚୟ

ମାଳିଗଢିଆ ଗ୍ରାମବାସୀ ଆଜି ସକାଳେ ବିଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

author-image
Niharika Rout
Lady

Lady

ବିଲ ମଝିରେ ଉଲଗ୍ନ ଅବସ୍ଥାରେ ପଡ଼ିଛି ମହିଳାଙ୍କ ମୃତଦେହ। ମହିଳାଙ୍କ ପରିଚୟ ମିଳି ନ ଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏପରି ଏକ ଘଟଣା ଆଜି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ପଞ୍ଚାୟତ

Advertisment

ମାଳିଗଢିଆ ଗ୍ରାମବାସୀ ଆଜି ସକାଳେ ବିଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଖନ୍ତାପଡ଼ା ପୁଲିସ୍‌କୁ ସୂଚନା ଦେଇଥିଲେ।

ତେବେ ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତଦେହ ୨,୩ ଦିନ ହେବ ସେଠାରେ ପଡ଼ିଥିବା ଜଣାଯାଇଛି। ମହିଳା ଜଣକ ଉଲଗ୍ନ ଅବସ୍ଥାରେ ପଡିଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ଲୋକେ । ତେବେ କିଏ ଓ କାହିଁକି ଏପରି ଘଟଣା ଘଟାଇଛି ଓ ମହିଳାଙ୍କ ମୃତଦେହକୁ କେଉଁଠୁ ଆଣି ଏଠି ଫୋପାଡ଼ିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।

Advertisment

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

Balasore Deadbody