Advertisment

ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!

ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
Gang-Raped

Gang-Raped

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଓ ବିଚଳିତ କରିବା ଭଳି ଘଟଣା। ଜଣେ ନର୍ସକୁ ୨ ଜଣ ଯୁବକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରିଥିବା ଅଭଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ନର୍ସଙ୍କୁ ୨ ଜଣ ଦୁଷ୍କର୍ମ କରିବା ବେଳେ ଅନ୍ୟ ୪ ଜଣ ତାଙ୍କୁ ତଳେ ପକାଇ ମାଡ଼ି ବସିଥିଲେ।

Advertisment

ଦୁଇ ଜଣ ହାତ ଓ ଆଉ ୨ ଜଣ ନର୍ସଙ୍କ ଗୋଡ଼କୁ ଜାବୁଡ଼ି ଧରିଥିଲେ। ଏତିକି ବେଳେ ବାକି ଦୁଇ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଖାଲି ସେତିକି ନୁହେଁ, ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଉତ୍ତର ପ୍ରଦେଶର ଜଲାଉନରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ପରିବାର ଲୋକ ଏପରି ଅଭିଯୋଗ ଆଣିଥିଲେ ହେଁ ପୁଲିସ ଓଲଟା କଥା କହିଛି। ପୁଲିସ୍‌ ଦାବି କରିଛି ଯେ ନର୍ସ ଜଣଙ୍କ ଆଉ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ। ଉକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ଲୋକ ନର୍ସଙ୍କୁ ମାଡ଼ ମାରିଛନ୍ତି। 

Advertisment

ମହିଳାଙ୍କ ସ୍ୱାମୀ କହିଛନ୍ତି, ତାଙ୍କ ସ୍ତ୍ରୀ ଚୁରଖି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଗୋଟିଏ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରନ୍ତି। ଗୁରୁବାର ସକାଳେ ସେ ସ୍କୁଟିରେ ହସ୍ପିଟାଲକୁ ଯାଉଥିଲେ। ତେବେ ଅଧା ରାସ୍ତାରେ କିଛି ବ୍ୟକ୍ତି ତାଙ୍କୁ ଅଟକାଇବା ସହ ବୁଦା ଭିତରୁ ନେଇ ଗଣଦୁଷ୍କର୍ମ କରିଛନ୍ତି।

ସ୍ୱାମୀ କହିଛନ୍ତି, “ମୋ ସ୍ତ୍ରୀ ନର୍ସ ଭାବେ କାମ କରୁଥିବାରୁ ସକାଳ ୯ଟାରେ ହସ୍ପିଟାଲ ବାହାରି ଯାଇଥିଲେ। ତେବେ କିଛି ଘଣ୍ଟା ପରେ ସେ ମୋତେ ଫୋନ କରିଥିଲେ ଓ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ କହିଥିଲେ। ଜଣେ ବ୍ୟକ୍ତି, ତାଙ୍କ ପୁତୁରା ଓ ଆଉ କିଛି ଲୋକ ତାଙ୍କୁ ମାଡ଼ ମାରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ମୋ ପତ୍ନୀଙ୍କୁ ତଳେ ପକାଇ ହାତ ଓ ଗୋଡ଼କୁ ଧରି ରଖିଥିଲେ।

ଆଉ ୨ ଜଣ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଗୋଟିଏ ବାଡ଼ି ଓ ଲଙ୍କା ଗୁଣ୍ଡ ମଧ୍ୟ ତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଛନ୍ତି। ପୁଲିସ୍‌ ତାଙ୍କୁ ମେଡିକାଲ ଚେକ ଅପ ଓ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି। ”

ଜଲାଉନ ଏଏସ୍‌ପି ପ୍ରଦୀପ କୁମାର ବର୍ମା କହିଛନ୍ତି, ଅଭିଯୋଗ ପାଇବା ମାତ୍ରେ ଗୋଟିଏ ଟିମ ଘଟଣାସ୍ଥଳକୁ ଯାଇଥିଲା। ଜଣେ ମହିଳାଙ୍କୁ ମାଡ଼ ମରାଯାଇଥିବା ଖବର ମିଳିଥିଲା। ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମାନ ଗାଁର ଜଣେ ବ୍ୟକ୍ତିଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ରହିଥିଲା। ସେହି ବ୍ୟକ୍ତି ଓ ତାଙ୍କ ପରିବାର ଲୋକ ମହିଳାଙ୍କୁ ମାଡ଼ ମାରିଛନ୍ତି। ଉଦ୍ଧାର ହେବା ପରେ ମହିଳା ଜଣଙ୍କ ସାଂଘାତିକ ଅଭିଯୋଗ ଆଣିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।

Uttar Pradesh Police Stop Rape