ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର। ଆଜିଠୁ ଆନ୍ଦୋଳନ ଓହ୍ଲାଇବ ଅଲ୍ ଓଡ଼ିଶା ନର୍ସିଂ ସଂଘ। ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ।
ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା
ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଏସମା ଲାଗୁ ହୋଇଛି। ଏଭଳି ସ୍ଥିତିରେ ଯଦି ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରେ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ତେଣେ ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦାବି ଉପରେ ଆଲୋଚନା ନେଇ ଆଜି ନର୍ସିଂ
ସଂଘକୁ ଡାକିଛୁ। ଆଲୋଚନା ସଫଳ ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।