Advertisment

ନିଜ ଜିଦରେ ଅଟଳ ନର୍ସିଂ ଅଫିସର; ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ।

ଅଦ୍ୟତନ ହୋଇଛି
Nursing office

Nursing office

Advertisment

ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର। ଆଜିଠୁ ଆନ୍ଦୋଳନ ଓହ୍ଲାଇବ ଅଲ୍ ଓଡ଼ିଶା ନର୍ସିଂ ସଂଘ। ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ।

Advertisment

ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା
ଯୋଗାଇବୁ। ତେବେ ଏହି ଦୁଇ ଦିନରେ ଆମ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।  

ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଏସମା ଲାଗୁ ହୋଇଛି। ଏଭଳି ସ୍ଥିତିରେ ଯଦି ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରେ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ତେଣେ ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦାବି ଉପରେ ଆଲୋଚନା ନେଇ ଆଜି ନର୍ସିଂ
ସଂଘକୁ ଡାକିଛୁ। ଆଲୋଚନା ସଫଳ ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

Bhubaneswar Strike Nursing Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe