Advertisment

ଆଇସିୟୁରେ ଇଞ୍ଜେକସନ ଦେଇ ମହିଳାଙ୍କୁ ଦୁଷ୍କର୍ମ!

୨୪ ବର୍ଷୀୟ ମହିଳାଙ୍କୁ ଇଞ୍ଜେକସନ ଦେଇ ଭୋର ୪ଟା ସମୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Stop Rape

Stop Rape

Advertisment

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଗୁରୁତର ରୋଗୀଙ୍କୁ ବି ଛାଡ଼ିନି ଜଣେ ନର୍ସିଂ କର୍ମଚାରୀ। ସେ ଆଇସିୟୁରେ ରହିଥିବା ଜଣେ ୨୪ ବର୍ଷୀୟ ମହିଳାଙ୍କୁ ଇଞ୍ଜେକସନ ଦେଇ ଭୋର ୪ଟା ସମୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ଅଲୱର ଠାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଏପରି ଘଟଣା ଘଟିଛି।

Advertisment

ପୁଲିସ୍‌ କହିଛି ଯେ ଫୁସଫୁସ ସଂକ୍ରମଣ ଯୋଗୁ ମହିଳା ଜଣଙ୍କ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଆଇସିୟୁରେ ଚାଲିଥିଲା। ହେଲେ ଆଇସିୟୁରେ ଡ୍ୟୁଟି କରୁଥିବା ଚିରାଗ ଯାଦବ ତାଙ୍କୁ ଭୋର ୪ଟାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପ୍ରଥମେ ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ପାଟି କରିଥିଲେ। ଏଥିରେ ଡରି ଯାଇ ଚିରାଗ ତାଙ୍କୁ ଗୋଟିଏ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ନେବା ପରେ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ଏହାପରେ ଚିରାଗ ତାଙ୍କୁ ଦୁଷ୍କର୍ମ କରିଥିଲେ।

Advertisment

ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ଫୋନ କରିବା ପରେ ସେ ନିଦରୁ ଉଠିଥିଲେ। ଏହାପରେ ପୂରା ଘଟଣା ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ପୁଲିସ୍‌ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି।

Rajasthan Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe