Advertisment

ପୁଣି ଲଜ୍ଜା; ନିଶା ଦେଇ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ

ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରଖାନା ଘେରାଉ ସହ ରାସ୍ତାରୋକ।

author-image
Debibandita Barick
ଅଦ୍ୟତନ ହୋଇଛି
Nurses

Nurses

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ହଡ଼ତାଳ ମଧ୍ୟରେ ମହାରାଷ୍ଟ୍ରରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟକର୍ମୀ ଓ ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଡାକ୍ତରଖାନା ଘେରାଉ କରିଛନ୍ତି।

Advertisment

ସୂଚନା ଅନୁସାରେ, ମହାରାଷ୍ଟ୍ରର କିଛି ଲୋକେ ଜଣେ ଯୁବତୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିବାରୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ ଜଣେ ନର୍ସିଂ ଛାତ୍ରୀ ବୋଲି ଜଣାପଡିଛି।

ଡାକ୍ତରଖାନା ସୂତ୍ର ଅନୁଯାୟୀ ପୀଡିତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ଦୁଷ୍କର୍ମର ଶିକାର ହୋଇଥିବା ନେଇ ସନ୍ଦେହ କରାଯାଉଛି। ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ଚାଲିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

Advertisment

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଛାତ୍ରୀ ଜଣକ କଲେଜରୁ ଅଟୋ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅଟୋ ଡ୍ରାଇଭର ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ପାଣି ପିଇବା ପରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର ଜଣକ ପାଣିରେ ନିଶାଦ୍ରବ୍ୟ ମିଶାଇଥିବା ସନ୍ଦେହ କରାଯାଉଛି।

ସେପଟେ ଏହି ଘଟଣାକୁ ନେଇ ନର୍ସିଂ ଛାତ୍ରୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ନର୍ସ ଏବଂ ହସ୍ପିଟାଲର କର୍ମଚାରୀମାନେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରଖାନା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଧରି ସ୍ଲୋଗାନ୍ ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଆନ୍ଦୋଳନ ସ୍ଥାନରେ ପହଞ୍ଚି ନର୍ସମାନଙ୍କୁ ବୁଝାସୁଝା କରିଛି। 

କୋଲକାତା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟରେ ପୁଣି ଏପରି ଘଟଣା ଘଟିବା ବାସ୍ତବରେ ଚିନ୍ତାଜନକ। ତୁରନ୍ତ ଏ ଉପରେ କଠୋର ଆଇନ ଆଣିବାକୁ ନର୍ସମାନେ ଦାବି କରିଛନ୍ତି। 

Maharashtra Rape Case Nursing Student