Advertisment

ହଷ୍ଟେଲର ବାଥରୁମରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ସେ ସକାଳୁ ସମୟରୁ ହିଁ ନିଖୋଜ ଥିଲେ। ତାଙ୍କ ମୃତଦେହ ମେଡିକାଲ କଲେଜ ହଷ୍ଟେଲରେ ଥିବା ତାଙ୍କ ବନ୍ଧୁକଙ୍କ ବାଥରୁମରୁ ମିଳିଛି।

ଅଦ୍ୟତନ ହୋଇଛି
WB

WB

Advertisment

ପଶ୍ଚିମବଙ୍ଗର କୋଲକାତାରେ ଥିବା ସେଠ ସୁଖଲାଲ କରନାନି ମେମୋରିଆଲ ହସ୍ପିଟାଲ(ଏସଏସକେଏମ)ରୁ ମିଳିଛି ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହ। ଛାତ୍ରୀ ଜଣଙ୍କ ନର୍ସିଂ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ମେଡିକାଲ କଲେଜ ହଷ୍ଟେଲରେ ଥିବା ତାଙ୍କ ବନ୍ଧୁକଙ୍କ ବାଥରୁମରୁ ମିଳିଛି।

Advertisment

ପୁଲିସ୍‌ କହିଛି ଯେ ମୃତ ଛାତ୍ରୀଙ୍କ ଘର ଉତ୍ତର ଦିନାଜପୁର ଜିଲ୍ଲାରେ। ସେ ସକାଳୁ ସମୟରୁ ହିଁ ନିଖୋଜ ଥିଲେ। ତାଙ୍କ ସାଙ୍ଗମାନେ ଖୋଜାଖୋଜି କରି ହଷ୍ଟେଲ ରୁମକୁ ଆସିଥିଲେ। ଏହି ସମୟରେ ବାଥରୁମ ଭିତର ପଟୁ ବନ୍ଧ ଥିବା ସେମାନେ ଦେଖିବାକୁ ପାଇଥିଲେ।

ସେମାନେ କବାଟ ଭାଙ୍ଗିଲା ବେଳକୁ ଛାତ୍ର ଜଣଙ୍କ କପଡ଼ା ଝୁଲା ଯାଉଥିବା ହାଙ୍ଗରରେ ବେଡଶିଟ୍‌ ବାନ୍ଧି ଝୁଲନ୍ତା ଅବସ୍ଥାରେ ରହିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ତାଙ୍କ ରୁମରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳିନାହିଁ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ତାଙ୍କ ଶରୀରରେ କୌଣସି ପ୍ରକାରର କ୍ଷିତ ଚିହ୍ନ ମଧ୍ୟ ମିଳି ନଥିବା ପୁଲିସ୍‌ କହିଛି।

Suicide College Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe