Advertisment

ରୋଜଗାର ଆଶାରେ ବ୍ରହ୍ମଗିରିରୁ ପୁଅ ଯାଇଥିଲା ବାଙ୍ଗାଲୁରୁ, ମିଳିଲା ଝୁଲନ୍ତା ମୃତଦେହ

ରୋଜଗାର ଆଶାରେ ମାତ୍ର ୨୦ ବର୍ଷରେ ପୁଅ ଘରୁ ଗୋଡ଼ କାଢ଼ିଥିଲା। ବାଙ୍ଗାଲୁରୁର ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ହେଲେ ସହିଲାନି ଦଇବ ।

Sambit Jena

Sambit Jena

Advertisment

ରୋଜଗାର ଆଶାରେ ମାତ୍ର ୨୦ ବର୍ଷରେ ପୁଅ ଘରୁ ଗୋଡ଼ କାଢ଼ିଥିଲା। ବାଙ୍ଗାଲୁରୁର ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ସେଠାରୁ ଯାହା ରୋଜଗାର କରୁଥିଲା ଘରକୁ ବି ପଠାଉଥିଲା। ହେଲେ ସହିଲାନି ଦଇବ । ସେଠାରେ କାର୍ଯ୍ୟରତ ଥିବା ବେଳେ ଆଜି ସକାଳୁ କମ୍ପାନୀ ପରିସରରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର ହୋଇଛି । ହସଖୁସି ମିଜାଜର ପୁଅର ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ମୁଣ୍ଡ ପିଟି କାନ୍ଦୁଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀ ଗାଁରେ ଘଟିଛି। ମୃତକ ଗମ୍ଭାରୀ ଗାଁର ସୁବଳ ଜେନାଙ୍କ ପୁତ୍ର ସମ୍ବିତ ଜେନା(୨୧) ବୋଲି ଜଣାଯାଇଛି।

ନିଜ ପୁଅର ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି । ଏନେଇ ଯୁବକଙ୍କ ବାପା ବ୍ରହ୍ମଗିରି ଥାନାରେ ନିଜ ପୁଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ପୁଅ ଖୁସି ମିଜାଜର ପିଲା ହୋଇଥିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା କଥାକୁ ଆମେ ବିଶ୍ୱାସ କରି ପାରୁନୁ ବୋଲି ସେ କହିଛନ୍ତି।

Advertisment

ରାଜ୍ୟ ସରକାର ଘଟଣାରେ ହସ୍ତକ୍ଷେପ କରି ପୁଅର ମୃତଦେହକୁ ଗାଁକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ଆକୁଳ ନିବେଦନ କରିଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Puri Deadbody Bangalore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe