ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ; ଜଣାପଡ଼ିଲା ପୂରା ଘଟଣା

ସାମ୍ନାକୁ ଆସିଛି ଯୁବତୀଙ୍କ ଦିଲ୍ଲୀ ରହଣୀକୁ ନେଇ ଅନେକ ଉଦବେଗଜନକ ତଥ୍ୟ। କୁହାଯାଉଛି, ସେ ଜଣେ ନର୍ସିଂ ଗ୍ରାଜୁଏଟ୍। ପ୍ରାୟ ବର୍ଷେ ତଳେ ଘରେ କିଛି ନଜଣାଇ ଓଡ଼ିଶାରୁ ଦିଲ୍ଲୀ ପଳାଇ ଆସିଥିଲେ।

Rape

Representative Image

Manoranjan Sial
  • Published: Sunday, 13 October 2024
  • Updated: 13 October 2024, 08:13 PM IST

Sports

Latest News

ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ। ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ ହୋଇଛି। ସରାଇ କାଲେ ଖାନ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ। ଏବେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ, ସେ ମାନସିକ ଭାବେ ଖୁବ ବିଚଳିତ ଥିବାରୁ ତାଙ୍କ ସହ କ’ଣ ଘଟିଛି କିଛି କହିପାରୁନାହାନ୍ତି।

ଶୁକ୍ରବାର ଭୋର ପ୍ରାୟ ୩ଟା ୧୫। ଦିଲ୍ଲୀର ସରାଇ କାଲେ ଖାନ୍ ଅଞ୍ଚଳରେ ଥିବା SKK ଫ୍ଲାଏଓଭର ପାଖରେ ଜଣେ ୩୪ ବର୍ଷୀୟା ଯୁବତୀ ରକ୍ତଭିଜା ଲୁଗାରେ ଛିଡ଼ା ହୋଇଥିଲେ। ଯୁବତୀଙ୍କୁ ଏପରି ଅବସ୍ଥାରେ ଦେଖି ଜଣେ ସେନା ଅଧିକାରୀ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍‌ କରିଥିଲେ। PCR କଲ ପାଇ ସନଲାଇଟ୍‌ କଲୋନୀ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଯୁବତୀ ଜଣକ ପ୍ରଥମେ ପୁଲିସ ସହ ଯିବାକୁ ଅମଙ୍ଗ ହେଉଥିଲେ। କିଛି ସମୟ ବୁଝାଇବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା ପୁଲିସ। ଏବେ ସେ ବିପଦମୁକ୍ତ ଥିଲେ ମଧ୍ୟ ମାନସିକ ବିଚଳିତ ଅଛନ୍ତି। ତେଣୁ ତାଙ୍କ ସହ କ’ଣ ଘଟିଛି, ପୁଲିସ ସ୍ପଷ୍ଟ ଭାବେ କିଛି କହିପାରୁନାହିଁ। ତାଙ୍କର ଏବେ କାଉନସେଲିଂ ଚାଲିଥିବା ଜଣାପଡ଼ିଛି।

Also Read

ଯୁବତୀଙ୍କର ବ୍ଲିଡିଂ ହେଉଥିବାରୁ ସେ ଦୁଷ୍କର୍ମ ବା ଗଣଦୁଷ୍କର୍ମର ଶିକାର ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ୟ କେଉଁ ସ୍ଥାନରେ ଦୁଷ୍କର୍ମ ପରେ ଫ୍ଲାଏଓଭର ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଲିସ୍‌ BNS '୭୦(୧)- ଦୁଷ୍କର୍ମ ବା ଗଣଦୁଷ୍କର୍ମ' ଏବଂ '୧୧୫(୨)- ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେବା' ଧାରାରେ ମାମଲା ରୁଜୁ କରିଛି। ଛାନଭିନ ପାଇଁ ଏକାଧିକ ଟିମ୍ ଗଠନ ହୋଇଥିବା ବେଳେ ସୁରାକ ପାଇବାକୁ ସିସିଟିଭି ଫୁଟେଜ ଖୋଜା ଚାଲିଛି।

ସେପଟେ ନୂଆଦିଲ୍ଲୀ ଆବାସିକ କମିଶନର ବିଶାଲ ଗଗନ କହିଛନ୍ତି, ଜଣେ ସ୍ୱତନ୍ତ୍ର ମହିଳା ଅଧିକାରୀ ପୀଡ଼ିତା ଓ ପୁଲିସ ସହ ଯୋଗାଯୋଗରେ ଅଛନ୍ତି। ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି। ତାଙ୍କ ଭାଇ ଓ ସଂପର୍କୀୟ ଟ୍ରେନରେ ଦିଲ୍ଲୀ ଆସୁଛନ୍ତି।

ଅନ୍ୟପକ୍ଷରେ ସାମ୍ନାକୁ ଆସିଛି ଯୁବତୀଙ୍କ ଦିଲ୍ଲୀ ରହଣୀକୁ ନେଇ ଅନେକ ଉଦବେଗଜନକ ତଥ୍ୟ। କୁହାଯାଉଛି, ସେ ଜଣେ ନର୍ସିଂ ଗ୍ରାଜୁଏଟ୍। ପ୍ରାୟ ବର୍ଷେ ତଳେ ଘରେ କିଛି ନଜଣାଇ ଓଡ଼ିଶାରୁ ଦିଲ୍ଲୀ ପଳାଇ ଆସିଥିଲେ। ପରିବାର ଲୋକେ ନିଖୋଜ ଏତଲା ଦେବା ପରେ ୨ ମାସ ତଳେ ପୁଲିସ ତାଙ୍କୁ ଠାବ କରି ବାପାମାଆଙ୍କୁ ଦିଲ୍ଲୀ ଡକାଇଥିଲା। ହେଲେ ସେ ସାବାଳିକା ହୋଇଥିବାରୁ ଜିଦ୍ କରି ଓଡ଼ିଶା ଫେରିବାକୁ ମନା କରିଦେଇଥିଲେ।

ଆହୁରି ମଧ୍ୟ ସୂଚନା ମିଳିଛି ଯେ, ଯୁବତୀ ଜଣେ ସନ୍ନ୍ୟାସିନୀଙ୍କ ସହ ଘରଭଡ଼ା ନେଇ ଏକାଠି ରହୁଥିଲେ। ତେବେ ଉଭୟଙ୍କ ମଧ୍ୟରେ କଳହ ହେବାରୁ ଭଡ଼ାଘର ଛାଡ଼ି କିଛି ଦିନ ହେବ ସେ ନିରାଶ୍ରୟ ଭାବେ ରାସ୍ତା କଡ଼ରେ ଓ ଏଟିଏମ୍ ବୁଥ୍‌ ଭିତରେ ରାତି ବିତାଉଥିଲେ। ତାଙ୍କ ପାଖରେ ଟଙ୍କା ପଇସା ନଥିଲା। ମୋବାଇଲ ମଧ୍ୟ ହଜି ଯାଇଥିଲା। ତେଣୁ ସେ କାହାକୁ ନିଜ ସ୍ଥିତି ସଂପର୍କରେ ଜଣାଇପାରୁନଥିଲେ। କେବଳ ମାଉସୀଙ୍କ ବ୍ୟତୀତ ବାକି ପରିବାର ଲୋକଙ୍କ ସହ ତାଙ୍କର ସଂପର୍କ ଭଲନଥିଲା। ତେବେ ତାଙ୍କ ସହ ପ୍ରକୃତରେ କ’ଣ ଘଟିଛି, ଯଦି ଏହା ଦୁଷ୍କର୍ମ ବା ଗଣଦୁଷ୍କର୍ମ, ତେବେ କିଏ ଓ କେଉଁ ସ୍ଥିତିରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଲା, ତାହା ଏବେ ତଦନ୍ତ ସାପେକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story