Advertisment

ମୁମ୍ବାଇ ଷ୍ଟେଶନରୁ ମିଳିଲା ଟ୍ରଲି; ଭିତରେ ଥିଲା ଓଡ଼ିଆ ଯୁବତୀଙ୍କ ମୃତଦେହ, ବନ୍ଧାହେଲା ବୟଫ୍ରେଣ୍ଡ

ମୁମ୍ବାଇ ଧାରାବୀରେ ଦୁଇ ବର୍ଷ ହେଲା ଲିଭ୍ ଇନ୍ ରେ ରହୁଥିଲେ ପ୍ରତିମା ଓ ଅସକର୍ ।

Arrest

Arrest

Advertisment

ଗତ ୩ ଦିନ ତଳେ ମୁମ୍ବାଇର କୁର୍ଲା ରେଲୱେ ଷ୍ଟେସନରୁ ଏକ ସୁଟକେଶ୍‌ରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରି ଦେଇଥିଲା। ତଦନ୍ତରୁ ଯୁବତୀଜଣକ ଓଡ଼ିଶାର ବୋଲି ଜଣାଯାଇଛି।

Advertisment

ମୃତ ଯୁବତୀ ସୁନ୍ଦରଗଡ ଲେଫ୍ରିପଡା ଥାନା ବନ୍ଦଲିକାନି ଗାଁର ପ୍ରତିମା କିଶପଟ୍ଟା ବୋଲି ଚିହ୍ନଟ ହୋଇ ସାରିଛି। ପ୍ରତିମାଙ୍କ ହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ଅସକର୍ ବାର୍ଲାଙ୍କୁ ବାନ୍ଧିଛି ପୁଲିସ୍‌।

କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ହାତକୁ ନେଇଥିବା ବେଳେ ଜଣା ପଡ଼ିଛି ହତ୍ୟା ପଛର କାରଣ । ଚରିତ୍ରକୁ ସନ୍ଦେହ କରି ପ୍ରତିମା କିଶପଟ୍ଟାଙ୍କୁ ଅଭିଯୁକ୍ତ ବୟଫ୍ରେଣ୍ଡ୍ ଅସକର୍ ବାର୍ଲା ହତ୍ୟା କରିଥିବା ଜଣାଯାଇଛି। ।

Advertisment

ମୁମ୍ବାଇ କ୍ରାଇମବ୍ରାଞ୍ଚରୁ ଜାରି ହୋଇଥିବା ସୂଚନା ଅନୁସାରେ, ମୁମ୍ବାଇ ଧାରାବୀରେ ଦୁଇ ବର୍ଷ ହେଲା ଲିଭ୍ ଇନ୍ ରେ ରହୁଥିଲେ ପ୍ରତିମା ଓ ଅସକର୍ । ତେବେ ପ୍ରତିମାଙ୍କ ଚରିତ୍ରକୁ ସନ୍ଦେହ କରି ସେ ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ପ୍ରତିମାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ କେଉଁଠି ଫୋପାଡ଼ିବ ସେହି ଚିନ୍ତା ଅସକରକୁ ଘାରିଥିଲା। ତେଣୁ ସେ ମୃତଦେହକୁ ଟ୍ରଲି ବ୍ୟାଗ୍‌ରେ ପୁରାଇ ମୁମ୍ବାଇରେ ଏଣେତେଣେ ଘୁରି ବୁଲିଥିଲା । ମୃତଦେହକୁ କେଉଁଠି ଫୋପାଡ଼ିବ ଭାବି କୁର୍ଲା ଷ୍ଟେସନ୍କୁ ଯାଇଥିଲା। ସେଠି ଭିଡ଼ ଦେଖି ସେଠୁ ଅଟୋରେ ସାୟନ୍ ମେଟ୍ରୋ ଷ୍ଟେସନ୍ ପାଖକୁ ଆସିଥିଲା। ଏହାପରେ ସେଠି ମୃତଦେହ ଥିବା ଟ୍ରଲିକୁ ଛାଡ଼ି ପଳାଇଥିଲା ।

ସେଠାରୁ ସେ ନିଜ ଧାରାବୀସ୍ଥିତ ଘରକୁ ଯାଇ ଓଡ଼ିଶା ପଳାଇବାକୁ ଯୋଜନା କରିଥିଲା। ମାତ୍ର ଘଟଣା ସମ୍ପର୍କରେ ଜାଣି ପାରି ଥାନେ ରେଳ ଷ୍ଟେସନ୍‌ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୂର୍ବରୁ ଜାଲ୍ ବିଛାଇ ରଖିଥିବା ବେଳେ ଅଭିଯୁକ୍ତ ଅସକରକୁ ଗିରଫ କରିଛି।

ସୁନ୍ଦରଗଡ ଲେଫ୍ରିପଡା ଥାନା ବନ୍ଦଲିକାନି ଗାଁର ପ୍ରତିମା କିଶପଟ୍ଟା ମୁମ୍ବାଇରେ ରହି କାମ କରୁଥିଲେ। ଗତ ୧୯ ତାରିଖରେ ତାଙ୍କ ମୃତଦେହ ଟ୍ରଲି ବ୍ୟାଗରୁ ମିଳିଥିଲା।

Murder Sundargarh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe