Advertisment

କମ୍ବୋଡିଆରେ ଫସିଛନ୍ତି ରଙ୍ଗେଇଲୁଣ୍ଡା ଯୁବକ, ଫେରିବାକୁ କରୁଛନ୍ତି ଗୁହାରୀ

ବିଦେଶରେ ଯାଇ କାମ କରିବା ଆଶାରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ଵନାଥପୁରର ଯୁବକ ଏବେ କମ୍ବୋଡିଆରେ ଫସିଛନ୍ତି। ଯେଉଁ କାମ ଆଶାରେ ଯାଇଥିଲେ ଫସିଗଲେ ଓଲଟା କାମରେ ।

ଅଦ୍ୟତନ ହୋଇଛି
detained

detained

Advertisment

କମ୍ବୋଡିଆରେ ଫସିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ଯୁବକ । ଫେରିବାକୁ ଛଟପଟ ହେଉଥିବା ବେଳେ ପାଉ ନାହାନ୍ତି ବାଟ। ନା ପାଖରେ ଟଙ୍କା ଅଛି ନା ଅଛି ଭିସା। ଗୋଟିଏ ରୁମ୍‌ରେ ପଡ଼ି ଯୁବକଜଣକ ଆଖିରୁ ଲୁହ ଗଡ଼ାଉଥିବା ବେଳେ ଘର ବାହୁଡ଼ା ପାଇଁ କାକୁତୀମୀନତି ହେଉଛନ୍ତି।

Advertisment

ବିଦେଶରେ ଯାଇ କାମ କରିବା ଆଶାରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ଵନାଥପୁରର ଯୁବକ ଏବେ କମ୍ବୋଡିଆରେ ଫସିଛନ୍ତି। ଯେଉଁ କାମ ଆଶାରେ ଯାଇଥିଲେ ଫସିଗଲେ ଓଲଟା କାମରେ । କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ଯାଇଥିବା ଯୁବକଙ୍କୁ ଏବେ ଯୁବତୀଙ୍କୁ ଫସାଇବା କାମରେ ଲଗାଯାଉଛି।

ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ଵନାଥପୁରରେ ଘଟିଛି। ବିଶ୍ଵନାଥପୁରର ଦୀନବନ୍ଧୁ ସାହୁ କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ବିଦେଶ ଯିବା ପାଇ ଗୁଜରାଟର ଏକ କମ୍ପାନୀ ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାମ କରାଇ ଦେବା ପାଇଁ ଅଫର ଲେଟର ଦେଇଥିଲେ । ଦରମା ୯ଶହ ଡଲାର ଦରମା ମିଳିବ ବୋଲି କହିବା ସହ ଏଥିନିମନ୍ତେ ଦେଢଲକ୍ଷ ଟଙ୍କା ଓ ଭିସା, ପାସପୋର୍ଟ ନେଇଥିଲେ।

Advertisment

ଏହାପରେ ଫ୍ଲାଇଟ ଟିକେଟ ଯୋଗେ ତାଙ୍କୁ ପ୍ରଥମେ ଭିଏତନାମ ନେଇଥିଲେ। ପରେ ସେଠାରୁ କାର୍‌ରେ ପ୍ରାୟ ୫, ୬ ଘଣ୍ଟା ନେବା ପରେ କମ୍ବୋଡିଆରେ ପଶାଇଥିଲେ। ଏହାପରେ ସେଠାରୁ କମ୍ବୋଡିଆରୁ ଥାଇଲାଣ୍ଡ ବର୍ଡର ନେଇ ଏକ କମ୍ପାନୀରେ କାମ ଦେଇଥିଲେ। ଏଥିନିମନ୍ତେ ଏଜେଣ୍ଟଙ୍କୁ କ୍ୟାସ୍‌ ୨୯ ହଜାର ଟଙ୍କା ଦେଇଥିବା ଦୀନବନ୍ଧୁ କହିଛନ୍ତି।

ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ୍ କରି ଓଟିପି ନେଇ ଠକେଇ କରିବା, ଚାଟିଂ କରି ଯୁବତୀଙ୍କୁ ଫସାଇବା ଆଦି କାର୍ଯ୍ୟରେ କିଛି ଦିନ ନିୟୋଜିତ କରାଯାଇଥିଲ। ମାତ୍ର ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ।

ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଛି। କମ୍ପାନୀର ଏଜେଣ୍ଟ ୨୫ଶହ ଡଲାର ଦେଲେ ହିଁ ତାଙ୍କୁ ଭାରତ ପଠେଇବେ ବୋଲି କହୁଛି। ତାଙ୍କ ପାଖରେ କୌଣସି ଅର୍ଥ ନ ଥିବା ବେଳେ କମ୍ପାନୀ ଆଉ ଖାଇବା ଦେବା ବନ୍ଦ କରିଦେଇଛି। ଏଣୁ ତାଙ୍କୁ ଅତି ଶୀଘ୍ର ଏଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁହାରି କରିଛନ୍ତି। 

ରିପୋର୍ଟ - ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe